କ୍ଷମା ମାଗିଲେ ଅମିତାଭ

ମୁମ୍ବାଇ, ୩୦ା୧୨: ସୋସିଆଲ ମିଡିଆରେ ସକ୍ରିୟ ରହୁଥିବା ବଲିଉଡ୍‌ ବିଗ୍‌ ବି ଅମିତାଭ ବଚ୍ଚନ ଟୁଇଟରରେ କ୍ଷମା ପ୍ରାର୍ଥନା କରିଛନ୍ତି। ସେ ଏକ କବିତା ପୋଷ୍ଟ କରିବା ପରେ କବିଙ୍କୁ କ୍ରେଡିଟ ନ ଦେବାରୁ ତାଙ୍କୁ ଭୁଲ୍‌ ମାଗିବାକୁ ପଡିଛି। ଅମିତାଭ ହାତରେ ଚା’ କପ୍‌ ଧରିଥିବାର ଫଟୋ ସହ ଏକ କବିତା ଲେଖି ଟୁଇଟରେ ଶେୟାର କରିଥିଲେ। ପରେ ତିଶା ଅଗ୍ରଓ୍ବାଲ ନାମ୍ନୀ ଜଣେ ମହିଳା ସେହି କବିତା ଲେଖିଥିବା ଦାବି କରିଥିଲେ। ଏପରିକି ଅମିତାଭ ବଚ୍ଚନ ସେଥିରେ ତିଶାଙ୍କୁ କ୍ରେଡିଟ୍‌ ଦେବାକୁ ମଧ୍ୟ ଟୁଇଟ୍‌ କରି କହିଥିଲେ। ବିଗ୍‌ ବି ଏହାର ଉତ୍ତରରେ ତିଶାଙ୍କୁ କ୍ଷମା ମାଗିଥିଲେ। କବିତାଟି ମୂଳ ରୂପରେ ତିଶାଙ୍କର ବୋଲି ସେ ଜାଣି ନ ଥିବା ବଚ୍ଚନ କହିଥିଲେ। ତାଙ୍କ ନିକଟକୁ କେହି ହ୍ବାଟ୍ସ ଆପ୍‌ରେ ତାହାକୁ ପଠାଇଥିଲେ। ଏହା ପସନ୍ଦ ଆସିବାରୁ ଅମିତାଭ ତାହାକୁ ଟୁଇଟରରେ ପୋଷ୍ଟ କରିଥିଲେ ବୋଲି କହିଥିଲେ। ଏଥିସହ ଶେଷରେ ତିଶା ଅଗ୍ରଓ୍ବାଲଙ୍କୁ କ୍ରେଡିଟ୍‌ ମଧ୍ୟ ଦେଇଥିଲେ।

Share