ରଶ୍ମିକାଙ୍କ ଫଟୋ ଭାଇରାଲ ପରେ ଆଇନଗତ ଆକ୍ସନ ନେବାକୁ କହିଲେ ଅମିତାଭ

ମୁମ୍ବାଇ: ସେଲିବ୍ରିଟିଙ୍କ ଫଟୋ ପ୍ରତିଦିନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏବେ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଏକ ଭିଡିଓ ଲିକ୍‌ ହେବା ପରେ ତାଙ୍କ ପ୍ରଶଂସକମାନେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। କେବଳ ଏତିକି ନୁହେଁ, ମହାନ ନାୟକ ଅମିତାଭ ବଚ୍ଚନ ମଧ୍ୟ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ବାସ୍ତବରେ ଶୁକ୍ରବାର ରଶ୍ମିକାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏଥିରେ ଦେଖିବାକୁ ମିଳିଥିଲା, ଅଭିନେତ୍ରୀ କଳା ରଙ୍ଗର ଡିପ୍‌ନେକ୍‌ର ଏକ ଟାଇଟ ଜିମ୍‌ ଡ୍ରେସ୍‌ରେ ଲିଫ୍ଟ ଭିତରକୁ ଆସିଥିଲେ। ରଶ୍ମିକାଙ୍କ ଏହି ବୋଲ୍ଡ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ମାତ୍ରେ ପ୍ରଶଂସକମାନେ ରାଗି ଯାଇଥିଲେ। ପ୍ରକୃତରେ ଭିଡିଓରେ ରଶ୍ମିକା ନୁହନ୍ତି ବରଂ ଜରା ପଟେଲ।

ରଶ୍ମିକାଙ୍କ ଏହି ଭିଡିଓ ପରେ ଅମିତାଭ ମଧ୍ୟ ରାଗିଛନ୍ତି। ବିଗ୍‌ ବି ସୋସିଆଲ ମିଡିଆରେ କ୍ରୋଧ ପ୍ରକାଶ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ମାଇକ୍ରୋ ବ୍ଲଗିଂ ସାଇଟ ଏକ୍ସ (ପୂର୍ବରୁ ଟୁଇଟର)ରେ ଭାଇରାଲ ଭିଡିଓ ଶେୟାର କରି ଅମିତାଭ ଲେଖିଛନ୍ତି, ହଁ, ଏହା ଏକ ଆଇନଗତ କାର୍ଯ୍ୟାନୁଷ୍ଠାନ ମାମଲା।

Share