ସେକ୍ସୁଆଲ ହାରାସମେଣ୍ଟ ମାମଲାରେ ଫସିଥିଲେ ଅମିତାଭ!

ମୁମ୍ବାଇ: ବଲିଉଡ ମହାନାୟକ ଅମିତାଭ ବଚ୍ଚନ ୮୦ ବର୍ଷରେ ପାଦ ଥାପିଛନ୍ତି । ୮୦ ବର୍ଷ ବୟସରେ ବି ସେ ଦର୍ଶକଙ୍କ ଏତେ ନିକଟତର ଯେ ଅନ୍ୟ କେହି ସେ ସ୍ଥାନରେ ପହଞ୍ଚିବା ମୁସ୍କିଲ । ବିଗ୍ ବି ଅମିତାଭ ତାଙ୍କ ଲଭ ଲାଇଫକୁ ନେଇ ଯେତିକି ଚର୍ଚ୍ଚାକୁ ଆସିଥିଲେ ତାଙ୍କ ସମ୍ପର୍କରେ ଆଉ ଏକ ଖବର ଗୋଟିଏ ସମୟରେ ତାଙ୍କ ପ୍ରଶଂସକଙ୍କ ହୋସ ଉଡାଇ ଦେଇଥିଲା । ଯେତେବେଳେ ବଲିଉଡରେ ହାସ ମିଠୁ କ୍ୟାମ୍ପେନ ଚାଲିଥିଲା ସେତିକି ବେଳେ ଅମିତାଭଙ୍କ ନାଁରେ ଶୁଣିବାକୁ ମିଳିଥିଲା ଏମିତି ଏକ ଖବର ।
ଏହି କ୍ୟାମ୍ପେନ ସମୟରେ ମହିଳାମାନେ ସେମାନଙ୍କ ସହ ହୋଇଥିବା ଅତ୍ୟାଚାର ଓ ଯୌନ ଶୋଷଣ ସମ୍ପର୍କରେ ଖୋଲାଖୋଲି ସାମ୍ନାକୁ ଆଣିଥିଲେ । ଏହି ସମୟରେ ସୋସିଆଲ ମିଡିଆରେ ପୂର୍ବତନ ମିସ୍ ଇଣ୍ଡିଆ ତଥା ବଲିଉଡ ଅଭିନେତ୍ରୀ ସୟାଲି ଭଗତଙ୍କର ଏକ ଷ୍ଟେଟମେଣ୍ଟ ଶେୟାର କରାଯାଇଥିଲା । ଏହି ଷ୍ଟେଟମେଣ୍ଟରେ ସୟାଲି ଅମିତାଭ ବଚ୍ଚନଙ୍କ ଉପରେ ଯୌନ ଶୋଷଣର ଅଭିଯୋଗ ଆଣିଥିଲେ । ପରେ କିନ୍ତୁ ଏହା ଭୁଲ ବୋଲି କୁହାଯାଇଥିଲା ।
ତେବେ ସୟାଲି ଭଗତ ଅମିତାଭଙ୍କ ଉପରେ ଏମିତି ଅଭିଯୋଗ ଆଣି ନ ଥିବା ନିଜେ କହିଥିଲେ । ତାଙ୍କ ନାମରେ ଏମିତି କେହି କରିଥିବା ସେ କହିଥିଲେ । ଯାଞ୍ଚ ପରେ ସୟାଲି ନିଜେ ତାଙ୍ ଷ୍ଟେଟମେଣ୍ଟ ଜାରି କରି କହିଥିଲେ କି ଏହା ସମ୍ପୂର୍ଣ୍ଣ ମିଥ୍ୟା । ଶେଷରେ ଅମିତାଭଙ୍କ ଉପରେ ଲାଗିଥିବା ଏହି ଗମ୍ଭିର ଅଭିଯାଗ ମିଛ ବୋଲି ପ୍ରମାଣିତ ହୋଇଥିଲା ।

Share