ଅମିତାଭ ବଚ୍ଚନଙ୍କ ପାଖରେ ରହିଛି ୩୫କୋଟି ଟଙ୍କାର ସୁନା-ରୁପା ଅଳଙ୍କାର, ଜାଣନ୍ତୁ କେତେ ରହିଛି ବ୍ୟାଙ୍କ ବାଲାନ୍ସ

ନୂଆଦିଲ୍ଲୀ,୧୧।୧୦: ବଲିଉଡର ସୁପରଷ୍ଟାର ଅମିତାଭ ବଚ୍ଚନ ଆଜି ୮୧ ବର୍ଷ ବୟସ ପର୍ଦାପଣ କରିଛନ୍ତି। ପ୍ରଶଂସକଙ୍କୁ ହିଟ୍‌ରୁ ହିଟ୍‌ ଫିଲ୍ମ ଦେଇଥିବା ବିଗ୍‌ ବି ଅଳଙ୍କାରକୁ ମଧ୍ୟ ବହୁତ ଭଲ ପାଆନ୍ତି ବୋଲି ଆପଣମାନଙ୍କ ମଧ୍ୟରୁ କମ୍‌ ଜାଣିଥିବେ। ଜାଣି ଆଶ୍ଚର୍ଯ୍ୟ ହେବେ ତାଙ୍କ ପାଖରେ ପ୍ରାୟ ୩୫ କୋଟି ଟଙ୍କା ମୂଲ୍ୟର ଅଳଙ୍କାର ରହିଛି। ଅମିତାଭ ବଚ୍ଚନଙ୍କ ପତ୍ନୀ ଜୟା ବଚ୍ଚନ ମଧ୍ୟ ସୁନା, ରୂପା ଅଳଙ୍କାରକୁ ଖୁବ୍‌ ଭଲ ପାଆନ୍ତି ଏବଂ ତାଙ୍କ ପାଖରେ କୋଟି କୋଟି ଟଙ୍କା ମୂଲ୍ୟର ଅଳଙ୍କାର ରହିଛି।
ବାସ୍ତବ ଜୀବନରେ ସେ ସୁନା-ରୂପା ଅଳଙ୍କାରଙ୍କୁ ଅଧିକ ଭଲ ପାଆନ୍ତି। ଅମିତାଭ ବଚ୍ଚନଙ୍କ ପାଖରେ ୨କୋଟି ଟଙ୍କାର ସୁନା ଓ ୫କୋଟି ଟଙ୍କାର ରୂପା ରହିଛି। ସେହିପରି ତାଙ୍କର ୨୮ କୋଟି ଟଙ୍କା ମୂଲ୍ୟର ଅଳଙ୍କାର ରହିଛି। ସେ କଠିନ ସମ୍ପତ୍ତିରେ ପ୍ରାୟ ୩୫ କୋଟି ଟଙ୍କା ନିବେଶ କରିଛନ୍ତି।

ଅମିତାଭ ବଚ୍ଚନଙ୍କ ପତ୍ନୀ ଜୟା ବଚ୍ଚନଙ୍କ ପାଖରେ ୨କୋଟି ଟଙ୍କା ସୁନା, ୮୯ଲକ୍ଷ ଟଙ୍କା ମୂଲ୍ୟର ରୂପା ସାମଗ୍ରୀ, ୭୦ ଲକ୍ଷ ଟଙ୍କା ମୂଲ୍ୟର ରୂପା ଇଟା ଏବଂ ୨୨ଲକ୍ଷ ଟଙ୍କା ମୂଲ୍ୟର ଅଳଙ୍କାର ରହିଛି।
ବିଗ ବି ପ୍ୟାରିସ ବ୍ୟାଙ୍କରେ ଟଙ୍କା ଜମା କରିଛନ୍ତି ଏବଂ ତାଙ୍କର କୋଟି କୋଟି ଟଙ୍କା ମୂଲ୍ୟର ବ୍ୟାଙ୍କ ବାଲାନ୍ସ ରହିଛି। ମୁମ୍ବାଇ ଏବଂ ଫ୍ରାନ୍ସର ବିଭିନ୍ନ ବ୍ୟାଙ୍କରେ ଅମିତାଭ ବଚ୍ଚନଙ୍କର ମୋଟ ବ୍ୟାଙ୍କ ବାଲାନ୍ସ ୪୮,୭୫,୯୫,୩୩୩ ଟଙ୍କା ରହିଛି। ସେ ବ୍ୟାଙ୍କ ଅଫ ଇଣ୍ଡିଆ, ମୁମ୍ବାଇରେ ସର୍ବାଧିକ ୪୦ କୋଟି ଟଙ୍କା ଏଫଡି ଭାବେ ଜମା କରିଛନ୍ତି। ଜୟା ବଚ୍ଚନ ମଧ୍ୟ ୬,୮୪,୧୬,୪୧୨ଟଙ୍କାର ମାଲିକ ଅଟନ୍ତି। ସେ ୬କୋଟି ଟଙ୍କା ଦୁବାଇର ଏଚଏସବିସି ବ୍ୟାଙ୍କରେ ଜମା କରିଛନ୍ତି।

Share