୮୦ ବର୍ଷରେ ପଦାର୍ପଣ କଲେ ମେଗାଷ୍ଟାର ଅମିତାଭ

ବଲିଉଡର ସମ୍ରାଟ ଅମିତାଭ ବଚ୍ଚନ ଆଜି ୮୦ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ତାଙ୍କୁ ଚାରିଆଡୁ ଶୁଭେଚ୍ଛା ଜଣାଉଛନ୍ତି। ପ୍ରଶଂସକମାନେ ସୋମବାର ବିଳମ୍ବିତ ରାତିରେ ମୁମ୍ବାଇର ତାଙ୍କ ବାସଭବନ ‘ଜଲସା’ ବାହାରେ ଏକାଠି ହୋଇ ବଲିଉଡ ମେଗାଷ୍ଟାରଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଥିଲେ। ଅମିତାଭ ମଧ୍ୟ ତାଙ୍କ ପ୍ରଶଂସକଙ୍କୁ ନିରାଶ କରି ନ ଥିଲେ ଏବଂ ମଧ୍ୟରାତ୍ରିରେ ତାଙ୍କ ବାସଭବନରୁ ବାହାରକୁ ଯାଇ ସେମାନଙ୍କୁ ହାତ ଅଭିବାଦନ ଜଣାଇଥିଲେ।
ସମସ୍ତଙ୍କର ପ୍ରିୟ ଅଭିନେତା ଅମିତାଭ ୮୦ ବର୍ଷରେ ମଧ୍ୟ ବହୁତ ଫିଟ ଅଛନ୍ତି। ତାଙ୍କର ଫିଟନେସ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସୋସିଆଲ ମିଡିଆ ଠାରୁ ଟିଭି ପର୍ଯ୍ୟନ୍ତ ସେ ପ୍ରତ୍ୟେକ ପ୍ଲାଟଫର୍ମରେ ସକ୍ରିୟ ଅଟନ୍ତି।

Share