ଋଣ ଶୁଝିପାରିବେନି ଅମିତାଭ ବଚ୍ଚନ

ମେଗାଷ୍ଟାର ଅମିତାଭ ବଚ୍ଚନ ଦମ୍‌ଦାର ଅଭିନୟ ସହିତ ଲୋକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। କେବଳ ଭାରତରେ ନୁହେଁ, ସମଗ୍ର ବିଶ୍ୱରେ ଅମିତାଭ ବଚ୍ଚନଙ୍କ ପ୍ରଶଂସକ ଅଛନ୍ତି। ୧୧ ଅକ୍ଟୋବରରେ ଅମିତାଭ ବଚ୍ଚନ ତାଙ୍କର ୮୧ତମ ଜନ୍ମଦିନ ପାଳନ କରିଥିଲେ। ଏହି ବିଶେଷ ଅବସରରେ ଅମିତାଭ ବଚ୍ଚନଙ୍କ ପ୍ରଶଂସକମାନେ ତାଙ୍କୁ ସୋସିଆଲ ମିଡିଆ ମାଧ୍ୟମରେ ଅଭିନନ୍ଦନ ଜଣାଇଛନ୍ତି। ବିଗ ବି ଜନ୍ମଦିନରେ ନିଜ ଘରୁ ଥରେ ନୁହେଁ, ଦୁଇଥର ନୁହେଁ ବରଂ ତିନିଥର ତାଙ୍କ ପ୍ରଶଂସକଙ୍କୁ ଭେଟିବା ପାଇଁ ବାହାରକୁ ଆସିଥିଲେ। ଜନ୍ମଦିନର ଗୋଟିଏ ଦିନ ପରେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରିଛନ୍ତି ଏବଂ ତାଙ୍କ ପ୍ରଶଂସକଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। ସେ ନିଜ ଏବଂ ତାଙ୍କ ପ୍ରଶଂସକଙ୍କ ଫଟୋ ଇନଷ୍ଟାଗ୍ରାମରେ ଶେୟାର କରି ଲେଖିଛନ୍ତି – ଏହି ପ୍ରେମ ଏବଂ ସ୍ନେହକୁ ପରିଶୋଧ କରିବା ମୋ ପ୍ରୟାସର ବାହାରେ।
ଅମିତାଭଙ୍କୁ ଶେଷ ଥର ପାଇଁ ‘ଉଞ୍ଚାଇ’ ଫିଲ୍ମରେ ନଜର ଆସିଥିଲେ, କିନ୍ତୁ ବର୍ତ୍ତମାନ ତାଙ୍କୁ ଖୁବ ଶୀଘ୍ର ‘ଗଣପତ୍‌: ଏ ହିରୋ ଇଜ୍‌ ବର୍ନ’, ‘କଲକି ୨୮୯୮ ଏଡି’, ‘ସେକ୍ସନ ୮୪’ ଏବଂ ‘ତେରା ୟାର୍‌ ହୁନ ମେଁ’ରେ ଦେଖିବାକୁ ମିଳିବ।

Share