ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ କରୋନା ଲଢେଇ ଜିତିଛନ୍ତି। କରୋନା ରିପୋର୍ଟ ନେଗେଟିଭ୍ ଆସିବା ପରେ ତାଙ୍କୁ ମୁମ୍ବାଇର ନାନାବତୀ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି। ଡାକ୍ତରଖଶନାରୁ ଛୁଟି ମିଳିବା ପରେ ଅମିତାଭ ବଚ୍ଚନଙ୍କ ପ୍ରଶଂସକମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ବିଗ୍ ବି ଘରକୁ ଫେରିବା ପରେ ଟୁଇଟ୍ କରି କହିଛନ୍ତି, ମୋର କରୋନା ରିପୋର୍ଟ ନେଗେଟିଭକୁ ଆସିଛି। ହସ୍ପିଟାଲରୁ ଡିସଚାର୍ଜ ହୋଇ ଘରେ କ୍ୱାରାଣ୍ଟାଇନରେ ରହିଛି। ଭଗବାନଙ୍କ ଆଶୀର୍ବାଦ ଏବଂ ମାତା-ବାବୁଜୀଙ୍କ ଆଶୀର୍ବାଦ, ପ୍ରିୟଜନ ଏବଂ ପ୍ରଶଂସକଙ୍କ ଆଶୀର୍ବାଦ ମୁଁ ଠିକ୍ ଅଛି। ନାନାବତୀ ହସ୍ପିଟାଲରେ ଚିକିତ୍ସା ଅତ୍ୟନ୍ତ ଭଲ ଥିଲା ଏବଂ ସମସ୍ତେ ମୋର ଯତ୍ନ ନେଇଥିଲେ। ମୁଁ କେବଳ ସେମାନଙ୍କ ହେତୁ ଆଜିର ଦିନ ଦେଖିପାରୁଛି। ଅମିତାଭ ବଚ୍ଚନଙ୍କ ଏହି ଟୁଇଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନାଯୋଗ୍ୟ, ଅମିତାଭ ବଚ୍ଚନ, ପୁଅ ଅଭିଷେକ, ବୋହୂ ଐଶ୍ଚର୍ଯ୍ୟା ଏବଂ ନାତୁଣୀ ଆରାଧ୍ୟା କରୋନା ଆକ୍ରାନ୍ତ ହୋଇ ନାନାବତୀ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ପୂର୍ବରୁ ଐଶ୍ଚର୍ଯ୍ୟା ଏବଂ ଆରାଧ୍ୟା ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ଅଭିଷେକ ଏବେ ଚିକିତ୍ସିତ ହେଉଛନ୍ତି।