ବଲିଉଡ୍ ସୁପରଷ୍ଟାର ଅମିତାଭ ବଚ୍ଚନ ସର୍ବଦା ପ୍ରଶଂସକଙ୍କ ସହ ଯୋଡି ରହିବାକୁ ପସନ୍ଦ କରନ୍ତି। ପ୍ରତିଦିନ ସେ ନିଜର ଭାବନାକୁ ସୋସିଆଲ ମିଡିଆରେ ଶେୟାର କରନ୍ତି। ନିକଟରେ ସେ ଫେସବୁକରେ ଏକ ପୋଷ୍ଟ କରିଥିଲେ। ପୋଷ୍ଟରେ ସେ ଏକ ଇଂରାଜୀ ଶବ୍ଦ ଭୁଲ୍ ଲେଖିଥିଲେ। ପ୍ରଶଂସକ କହିବା ପରେ ସେ ନିଜ ଭୁଲ ବୁଝିପାରି କ୍ଷମା ମାଗିବା ସହ ଏହାକୁ ସଂଶୋଧନ କଲେ। କେବଳ ଏତିକି ନୁହେଁ, ବିଗ୍ ବି ସେହି ପ୍ରଶଂସକଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।
ଏହି ପ୍ରଶଂସକ ଜଣକ ହେଉଛନ୍ତି ପାଟଣାର ମାଲାସାଲାମି ପୋଲିସ ଷ୍ଟେଶନ ଅଞ୍ଚଳରେ ନନ୍ଦଗୋଲାର ବାସିନ୍ଦା ରାଜେଶ ପାଣ୍ଡେ। ଏଥିସହ ସେ ବଚ୍ଚନଙ୍କୁ ପାଟନାକୁ ଆସି ଛଠ ପୂଜା କରିବାକୁ ଅନୁରୋଧ କରିଛନ୍ତି। ଏହା ପୂର୍ବରୁ ରାଜେଶ କୁମାର ହିଁ ଅମିତାଭ ବଚ୍ଚନଙ୍କ ହିନ୍ଦୀ ଶବ୍ଦ ‘ଦଶହରା’ର ଭୁଲ ସ୍ପେଲିଙ୍ଗ୍ ଉପରେ ଧ୍ୟାନ ଦେଇଥିଲେ।
ପୂର୍ବରୁ ଅମିତାଭ ବଚ୍ଚନ ଫେସବୁକରେ ପ୍ରସିଦ୍ଧ ଲେଖକ ଯୋଡି ସଲିମ-ଜାଭେଦଙ୍କ ପାଇଁ ଇଂରାଜୀରେ ‘ଡୁଓ’ ବଦଳରେ ‘ଦୁଆ’ ଲେଖିବାରେ ଭୁଲ କରିଥିଲେ। ଏଥିରେ ବାଧା ଦେଇ ରାଜେଶ ସଠିକ ଶବ୍ଦ ‘ଡୁଓ’ ଲଖିବାକୁ ପରାମର୍ଶ ଦେଇଥିଲେ, ଯାହା ବିଗ-ବି ଭୁଲକୁ ସହଜରେ ଗ୍ରହଣ କରି ସଂଶୋଧନ କରିଥିଲା। ରାଜେଶ ମଧ୍ୟ ବଚ୍ଚନଙ୍କୁ ପାଟନାକୁ ଆସି ଛଠ ମୈୟାଙ୍କଠାରୁ ଆଶୀର୍ବାଦ ମାଗିବାକୁ ଅନୁରୋଧ କରିଥିଲେ।