ଐଶ୍ଚର୍ଯ୍ୟାଙ୍କୁ କୋର୍ଟ ନୋଟିସ୍‌

ମୁମ୍ବାଇ,୧୭।୧:ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ବୋହୂ ତଥା ଅଭିନେତ୍ରୀ ଐଶ୍ଚର୍ଯ୍ୟା ରାୟ ବଚ୍ଚନଙ୍କୁ କୋର୍ଟ ପକ୍ଷରୁ ନୋଟିସ ପଠାଇଯାଇଛି। ଜମି ଟିକସ ବକେୟା ମାମଲାରେ ଏହି ନୋଟିସ୍‌ ପଠାଇଯାଇଥିବା ଜଣାପଡିଛି।
ନାଶିକର ସିନ୍ନରର ଆୱାଡି ଅଞ୍ଚଳରେ ଐଶ୍ଚର୍ଯ୍ୟାଙ୍କ ପ୍ରାୟ ୧ ହେକ୍ଟର ଜମି ଅଛି। ଏହି ଜମି ଉପରେ ୨୧,୯୬୦ ଟଙ୍କା ଟିକସ ଦେବାର ଅଛି। କିନ୍ତୁ ସେ ଦେଇ ନାହାନ୍ତି। ତେଣୁ ତହସିଲଦାରଙ୍କ ତରଫରୁ ଐଶ୍ଚର୍ଯ୍ୟାଙ୍କ ବିରୋଧରେ ଏହି ବିଜ୍ଞପ୍ତି ପଠାଯାଇଛି।
ଯଦି ଐଶ୍ଚର୍ଯ୍ୟା ଏହି ବକେୟା ଟ୍ୟାକ୍ସ ଦେବାରେ ବିଳମ୍ବ କରନ୍ତି, ତେବେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Share