ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନଙ୍କ ଝିଅ ଶ୍ୱେତା ନନ୍ଦା ବଚ୍ଚନ ଇତିମଧ୍ୟରେ ୪୭ ବର୍ଷର ହୋଇଛନ୍ତି। ୧୭ ମାର୍ଚ୍ଚ ୧୯୭୪ରେ ମୁମ୍ବାଇରେ ସେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପରିବାରରେ ବାପା ଅମିତାଭ, ମା’ ଜୟା ବଚ୍ଚନ ଏବଂ ଭାଇ ଅଭିଷେକ ସମସ୍ତେ ଫିଲ୍ମ ଦୁନିଆ ସହ ଜଡିତ ଥିବାବେଳେ ଶ୍ୱେତା କିନ୍ତୁ ଏ ସବୁଠାରୁ ବହୁ ଦୂରରେ। ବାପାଙ୍କ ସହ ସେ ଏକ ବିଜ୍ଞାପେନରେ କାମ କରିଛନ୍ତି, ମାତ୍ର ତାହା ବିବାଦରେ ଥିଲା। ପିଲାଟି ଦିନରୁ ଶ୍ୱେତାଙ୍କର ସଲମାନ ଖାନ୍ଙ୍କ ପ୍ରତି କ୍ରଶ ରହିଛି। କରଣ ଜୋହରଙ୍କ ଚାଟ୍ ଶୋ’ ‘କଫି ଓ୍ବିଥ୍ କରଣ’ରେ ନିଜେ ଶ୍ୱେତା ଏହା କହିଥିଲେ।