ରାତି ୩ରେ ଏହି କାମ କରନ୍ତି ଅମିତାଭ ବଚ୍ଚନ

ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ ଏବେ କୁଇଜ୍‌ ଶୋ’ କୌନ ବନେଗା କରୋଡପତି ୧୩ ଯୋଗୁ ଚର୍ଚ୍ଚାରେ ଅଛନ୍ତି। ଶୋ’ ହୋଷ୍ଟିଂ କରୁଥିବା ବିଗ୍‌ ବି’ ନିଜର ପୁରୁଣା ସ୍ମୃତିକୁ ପ୍ରଶଂସକ ଏବଂ ଦର୍ଶକଙ୍କ ସହ ଶେୟାର କରନ୍ତି। ନିକଟରେ ଏକ ଚାଟ ଶୋ’ରେ ସେ ଏକ ଖୁଲାସା କରିଥିଲେ। ବିଗ ବି ରାତି ୩ଟାରେ ଉଠନ୍ତି ଏବଂ ଶାନ୍ତ ପରିବେଶରେ ସୋସିଆଲ ମିଡିଆ ପାଇଁ ବ୍ଲଗ ଲେଖନ୍ତି।
ଏକ ଚାଟ ସୋ ସମୟରେ ଅମିତାଭ ବଚ୍ଚନ କହିଥିଲେ, ମୁଁ ମୋର ପ୍ରଶଂସକଙ୍କ ସହ ସୋସିଆଲ ମିଡିଆରେ କଥା ହୁଏ। ମୁଁ ମୋ ପ୍ରଶଂସକଙ୍କଠାରୁ ନିଜ ବିଷୟରେ ବହୁତ କିଛି ଜାଣେ । ମୁଁ କିପରି ଯୋଗାଯୋଗ କରିବି ଜାଣେ ନାହିଁ । ଆମେ ଷ୍ଟୁଡିଓ ଭିତରେ ବସିଥାଉ ଏବଂ ଆମର ପ୍ରଶଂସକଙ୍କୁ ଭେଟିବାର ସୁଯୋଗ ଆମେ କେବେ ପାଇନାହୁଁ, ତେଣୁ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ସହ କଥା ହୋଇ ବହୁତ କିଛି ଜାଣିପାରେ। ରାତିରୁ ଉଠି ମୁଁ ବ୍ଲଗ କରେ, କାରଣ ସେତେବେଳେ ସମସ୍ତେ ମୋ ଘରେ ଶୋଇଥା’ନ୍ତି। ସେଥିପାଇଁ ମୁଁ ରାତି ୩ଟାରେ ଉଠି ଏକ ଶାନ୍ତ ପରିବେଶରେ ଏସବୁ କରେ ବୋଲି କହନ୍ତି ବିଗ୍‌ ବି’।
ଅମିତାଭ ବଚ୍ଚନଙ୍କ ଅଭିନୀତ ‘ଝୁଣ୍ଡ’ ଖୁବଶୀଘ୍ର ରିଲିଜ୍‌ ହେବାକୁ ଯାଉଛି। ଏହା ବ୍ୟତୀତ ଅମିତାଭଙ୍କ ବ୍ରହ୍ମାସ୍ତ୍ର, ଗୁଡବୟ, ଦ ଇଣ୍ଟର୍ନ ଭଳି ଫିଲ୍ମରେ ମଧ୍ୟ ରିଲିଜ୍‌ ଅପେକ୍ଷାରେ ରହିଛି।

Share