ଇନ୍‌ଷ୍ଟାଗ୍ରାମରେ ବୋହୂଙ୍କୁ ଫଲୋ କରନ୍ତି ନାହିଁ ବିଗ୍‌ ବି: ଐଶ୍ୱର୍ଯ୍ୟା ବି ସ୍ବାମୀଙ୍କୁ ଛାଡ଼ି…

ବମ୍ବେ: ସାମାଜିକ ଗଣମାଧ୍ୟମରେ ବେଶ୍‌ ସକ୍ରିୟ ବିଗ୍‌ ବି ଅମିତାଭ ବଚ୍ଚନ। ଟୁଇଟର୍‌ ଭଳି ଇନ୍‌ଷ୍ଟାଗ୍ରାମରେ ତାଙ୍କ ପ୍ରଶଂସକ ଅଧିକ। ଦେଖିବାକୁ ଗଲେ ୨୬.୬ ମିଲିୟନ୍‌ ଲୋକ ତାଙ୍କୁ ଫଲୋ କରନ୍ତି। ହେଲେ ଅମିତାଭ ମାତ୍ର ୬୮ଜଣ ଲୋକଙ୍କୁ ଫଲୋ କରୁଛନ୍ତି।

ଅମିତାଭଙ୍କ ଫଲୋ ତାଲିକାରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ କରି ସୁଶାନ୍ତ ସିଂହ ରାଜପୁତ, ଅଜୟ ଦେବଗନ, ସଲମାନ୍‌ ଖାନ୍‌, କୃତି ସେନନ୍‌, ହ୍ରିତିକ ରୋଶନ, ଆଲିଆ ଭଟ୍ଟ, କପିଲ ଶର୍ମା, ଶାହିଦ କପୁର, କରନ୍‌ ଜୋହର, ଦୀପିକା ପାଦ୍ୟୁକୋନ୍‌, ଅକ୍ଷୟ କୁମାର, ଅର୍ଜୁନ କପୁର, ସୋନମ କପୁର, ରଣବୀର ସିଂହ, ପ୍ରିୟଙ୍କା, ତାପସୀ ପନ୍ନୁ, ବିରାଟ କୋହଲି,ଶିଳ୍ପା ସେଟ୍ଟୀ, ଆୟୁଷ୍ମାନ ଖୁରାନ୍ନା ଏବଂ କଟ୍ରିନା କୈଫ୍‌ଙ୍କ ଭଳି ଲୋକପ୍ରିୟ ବଲିଉଡ୍‌ କଳାକାର। ଏହାଛଡ଼ା ପରିବାରରୁ ପୁଅ ଅଭିଷେକ ବଚ୍ଚନ, ଝିଅ ଶ୍ୱେତା ନନ୍ଦା, ନାତୁଣୀ ନବ୍ୟା ଏବଂ ନାତି ଅଗ୍ୟସ୍ତ୍ୟଙ୍କ ଫଲୋ କରୁଥିବା ବିଗ୍‌ ବି ନିଜର ବୋହୂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଜ୍ୱାଇଁ ନିଖୀଲ ନନ୍ଦାଙ୍କୁ ଫଲୋ କରନ୍ତି ନାହିଁ । ସେହିଭଳି ଐଶ୍‌ ମଧ୍ୟ ଶ୍ୱଶୁରଙ୍କୁ ଫଲୋ କରନ୍ତି ନାହିଁ। ସେ କେବଳ ସ୍ବାମୀ ଅଭିଷେକଙ୍କୁ ଫଲୋ କରିଥିବା ଦେଖିବାକୁ ମିଳେ। ଏଭଳି କ’ଣ ପାଇଁ ସେ କାରଣ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

କହିରଖୁଛୁ, ବମ୍ବେରେ ଏକ ଡୁପ୍ଲେକ୍ସ ଆପାର୍ଟମେଣ୍ଟ କିଣିବାକୁ ନେଇ ଚର୍ଚ୍ଚାରେ ରହିଛନ୍ତି ମହାନାୟକ। ଜଲସା, ପ୍ରତୀକ୍ଷା, ଜନକ ଏବଂ ବତ୍ସ ଭଳି ବଙ୍ଗଳା ପରେ ସେ ଏବେ ଏକ ଆପାର୍ଟମେଣ୍ଟର ମାଲିକ ପାଲଟିଛନ୍ତି। ୩୧ କୋଟି ଦେଇ ସେ ଏହାକୁ କିଣିଛନ୍ତି।

Share