ନାତୁଣୀ ରାଗିଲେ ଏମିତି ବୁଝାନ୍ତି ଅମିତାଭ ବଚ୍ଚନ

ବଲିଉଡର ଭେଟେରାନ ଅମିତାଭ ବଚ୍ଚନ ଜଣେ ପାରିବାରିକ ଲୋକ ଭାବେ ଜଣାଶୁଣା। ସେ ନିଜ ପରିବାରକୁ ବେଶୀ ଗୁରୁତ୍ୱ ଦିଅନ୍ତି। ସ୍ତ୍ରୀ ଜୟା ବଚ୍ଚନ ଏବଂ ପୁଅ ଅଭିଷେକ ବଚ୍ଚନ, ଝିଅ ଶ୍ୱେତା ବଚ୍ଚନ ଏବଂ ବୋହୂ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ସହ ବିଗ୍‌ ବିଙ୍କ ସମ୍ପର୍କ ବେଶ୍‌ ନିବିଡ। କେବଳ ଏତିକି ନୁହେଁ, ବିଗ ବି ତାଙ୍କ ପ୍ରିୟ ନାତୁଣୀ ଆରାଧ୍ୟା ବଚ୍ଚନଙ୍କ ଅତି ନିକଟତର। ଯଦିଓ ଶୁଟିଂ ଯୋଗୁ ସେ ଆରାଧ୍ୟାଙ୍କୁ ବେଶୀ ସମୟ ଦେଇପାରନ୍ତି ନାହିଁ, କିନ୍ତୁ ସମୟ ବାହାର କରି ତାଙ୍କ ସହ ଖେଳିବାକୁ ଆଦୌ ଭୁଲନ୍ତି ନାହିଁ।
ଆଜିକାଲି ଅମିତାଭ କୁଇଜ ରିଆଲିଟି ଶୋ ‘କୌନ ବନେଗା କରୋଡପତି’ର ହୋଷ୍ଟିଂ କରୁଛନ୍ତି। ଏଠାରେ ସେ ପ୍ରତିଯୋଗୀଙ୍କ ସହ ସେ ତାଙ୍କ ଜୀବନ ସହିତ ଜଡିତ କିଛି ମଜାଦାର କଥା ମଧ୍ୟ ଶେୟାର କରିଥାନ୍ତି। ନିକଟରେ ଶୋ’ର ଜଣେ ପ୍ରତିଯୋଗୀ ବୈଷ୍ଣବ କୁମାରୀ ଅମିତାଭଙ୍କୁ ପଚାରିଥିଲେ, ସେ ନାତୁଣୀ ଆରାଧ୍ୟାଙ୍କ ସହ ସମୟ ଅତିବାହିତ କରିବାକୁ କିପରି ସମୟ ପାଆନ୍ତି? ଏହାର ପ୍ରତିକ୍ରିୟାରେ ବିଗ ବି କହିଥିଲେ ଯେ, ସେ ନାତୁଣୀଙ୍କୁ ଭେଟିବା ପାଇଁ ଅଧିକ ସମୟ ପାଆନ୍ତି ନାହିଁ। ସକାଳେ ସ୍କୁଲକୁ ଯାଆନ୍ତି ଏବଂ ମୁଁ ମୋର ଶୁଟିଂ ପାଇଁ ଚାଲିଯାଏ। ସେ ଅପରାହ୍ନରେ ଫେରିବା ପରେ ତାଙ୍କ ମା’ (ଐଶ୍ୱର୍ଯ୍ୟା ରାୟ ବଚ୍ଚନ) ତାଙ୍କୁ କାମ ଦିଅନ୍ତି। ମୁଁ ବହୁତ ବିଳମ୍ବରେ ଘରକୁ ଆସେ। କିନ୍ତୁ ଇଣ୍ଟରନେଟ୍‌ ମାଧ୍ୟମରେ ଯୋଗାଯୋଗ କରିଥାଉ। ବେଳେବେଳେ ଆରାଧ୍ୟା ମୋ ଉପରେ ରାଗିଯାଏ। ତାଙ୍କର ପ୍ରିୟ ରଙ୍ଗ ଗୋଲାପୀ ଏବଂ ସେ ହେୟାର ବ୍ୟାଣ୍ଡ ଏବଂ କ୍ଲିପ୍ସକୁ ଭଲ ପାଆନ୍ତି। ତେଣୁ ସେ ରାଗିଲେ ମୁଁ ତାଙ୍କୁ ଗୋଲାପୀ ହେୟାର ବ୍ୟାଣ୍ଡ ଉପହାର ଦିଏ ଏବଂ ସେ ଖୁସି ହୋଇଯାନ୍ତି।

Share