କରୋନାରେ ଆକ୍ରାନ୍ତ ହୋଇଥିବା ମେଗାଷ୍ଟାର ଅମିତାଭ ବଚ୍ଚନଙ୍କୁ ମୁମ୍ବାଇର ନାନାବତୀ ହସ୍ପିଟାଲରେ। ତାଙ୍କ ପୁଅ ଅଭିଷେକ, ବୋହୂ ଐଶ୍ଚର୍ଯ୍ୟା ଏବଂ ନାତୁଣୀ ଆରାଧ୍ୟା ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି। ବଚ୍ଚନ ପରିବାରର ୪ ସଦସ୍ୟଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କ ଘରର ସମସ୍ତ ସଦସ୍ୟଙ୍କ ସହିତ କର୍ମଚାରୀମାନଙ୍କର ମଧ୍ୟ କରୋନା ଟେଷ୍ଟ କରାଯାଇଛି। କୁହାଯାଉଛି ବଚ୍ଚନ ପରିବାର ଏହି ୪ ସଦସ୍ୟ ୫୪ ଜଣଙ୍କ ସଂସ୍ପର୍ଶରେ ଆସିଥିଲେ। ବିମ୍ସି ପକ୍ଷରୁ ବଚ୍ଚନ ପରିବାରର କାମ କରୁଥିବା ୫୪ ଜଣଙ୍କ ତଥ୍ୟ ଯୋଗାଡ କରାଯାଉଛି। ଖୁବଶୀଘ୍ର ସେମାନଙ୍କ ସ୍ବାବ୍ ଟେଷ୍ଟ କରାଯିବ। ଏପର୍ଯ୍ୟନ୍ତ ୨୮ ଜଣଙ୍କ ଟେଷ୍ଟ ହୋଇଥିବା ବିଏମସି ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଅମିତାଭ ବଚ୍ଚନ ଗତ ୨-୩ ମାସ ହେବ କରୋନା ଭାଇରସ୍ ସମ୍ପର୍କରେ ଜନ ସଚେତନତା ସୃଷ୍ଟି ପାଇଁ ଅନେକ ବିଜ୍ଞାପନ ଶୁଟିଂ ମଧ୍ୟ କରୁଥିଲେ।