ବିଗ୍‌ବିଙ୍କ ନାତୁଣୀ ନବ୍ୟା ନୂଆ ଅତିଥିଙ୍କ ସହ ଶେୟାର କଲେ ଫଟୋ

ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ନାତୁଣୀ ନବ୍ୟା ନବେଲି ନନ୍ଦା ଅନେକ ସମୟରେ ଚର୍ଚ୍ଚାକୁ ଆସିଥାନ୍ତି। ନବ୍ୟା ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହିଥାନ୍ତି। ନିକଟରେ ସେ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ସାର୍ବଜନୀନ କରିଛନ୍ତି। ଏହା କରିବା ମାତ୍ରେ ୟୁଜର୍ସମାନେ ତାଙ୍କ ଫଟୋରେ କମେଣ୍ଟ କରୁଛନ୍ତି। ନବ୍ୟା ନୂଆ ଅତିଥିଙ୍କ ସହ କିଛି ଫଟୋ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଏହି ଫଟୋ ଶେୟାର୍‌ କରି ସେ ‘ଗର୍ବିତ ମା’ ବୋଲି କହିଛନ୍ତି। ତେବେ ତାଙ୍କ ନୂଆ ଅତିଥି ହେଉଛି ଏକ କୁକୁର। ସେ କୁକୁର ସହିତ ପୋଜ ଦେଉଥିବା ନଜର ଆସିଛନ୍ତି।

Share