ଜୟାଙ୍କୁ ବିବାହ କରିବା ପୂର୍ବରୁ ଏମିତି ସର୍ତ୍ତ ରଖିଥିଲେ ଅମିତାଭ ବଚ୍ଚନ, ଯାହାକୁ ମାନିବା ପରେ…

ମୁମ୍ବାଇ: ବଲିଉଡର ଚିର ସବୁଜ କପୁଲ ତଥା ସୁପରଷ୍ଟାର ଅମିତାଭ ବଚ୍ଚନ ଏବଂ ଜୟା ବଚନ ନିଜର ୫୧ବର୍ଷିୟ ବିବାହ ବାର୍ଷିକୀ ପାଳନ କରୁଛନ୍ତି। କିନ୍ତୁ ଜାଣି ତାଜୁବ ହେବେ ବିବାହ ପୂର୍ବରୁ ସୋଲେ ଅଭିନେତା ଅମିତାଭ ଜୟାଙ୍କ ଆଗରେ ଏମିତି କିଛି ସର୍ତ୍ତ ରଖିଥିଲେ ଯାହାକୁ ମାନିବା ପରେ ସେ ଜୟାଙ୍କୁ ବିବାହ କରିଥିଲେ। ସର୍ତ୍ତ ଏମିତି ଥିଲା କି, ଜୟା ବିବାହ ପରେ ୯ଟାରୁ ୫ଟା ଚାକିରି କରିପାରିବେ ନାହିଁ।

ନାତୁଣୀ ନବ୍ୟା ନବେଲି ନନ୍ଦାଙ୍କ ପୋଡକାଷ୍ଟ, ହ୍ବାଟ ଦି ହେଲ ନବ୍ୟା’ରେ ଜୟା ବଚ୍ଚନ କହିଛନ୍ତି, ବିବାହ ପୂର୍ବରୁ ଅମିତାଭ ବଚ୍ଚନ କହିଥିଲେ, ସେ ସକାଳ ୯ରୁ ସଂଧ୍ୟା ୫ ପର୍ଯ୍ୟନ୍ତ କାମ କରୁଥିବା ସ୍ତ୍ରୀ ଚାହାନ୍ତିନି। କାମ କରିପାରିବେ, କିନ୍ତୁ ନିୟମିତ ଭାବେ ନୁହେଁ। ଭଲ ପ୍ରୋଜେକ୍ଟ ଏବଂ ଠିକ ଲୋକଙ୍କ ସହ କାମ କର ବୋଲି ଅମିତାଭ ବଚ୍ଚନ ଚାହୁଁଥିଲେ।

ସେହିପରି ଅମିତାଭ ଓ ଜୟାଙ୍କୁ ନିଜ ବିବାହର ଦିନକୁ ପୁର୍ନନିର୍ଦ୍ଧାରିତ କରିବାକୁ ପଡିଥିଲା। କାରଣ ଅଭିତାଭଙ୍କ ବାପା ହରିବଂଶ ବଚନ ତାଙ୍କୁ ବିବାହ ପୂର୍ବରୁ ଛୁଟି କଟେଇବାକୁ ତାଙ୍କୁ ଅନୁମତି ଦେଇ ନ ଥିଲେ। ଅକ୍ଟୋବରରେ ବାହାଘର ଠିକ ହେବା ସତ୍ତ୍ୱେ ଜୁନରେ ହୋଇଥିଲା।

ଜୁନ ୩, ୧୯୭୩ରେ ବିବାହ କରିଥିଲେ ଅମିତାଭ ଓ ଜୟା। କିନ୍ତୁ ସେମାନଙ୍କ ବାହାଘର ସେହି ବର୍ଷ ଅକ୍ଟୋବରରେ ଠିକ ହୋଇଥିଲା। ବିବାହ ବନ୍ଧନରେ ବାନ୍ଧି ହେବା ପୂର୍ବରୁ ଉଭୟ ଏକାଠି ’ଜଞ୍ଜୀର’ରେ ଅଭିନୟ କରିଥିଲେ। ଏହି ସିନେମା ହିଟ ହେବା ପରେ ସେମାନେ ଏକ ଟୁରରେ ଯିବାକୁ ପ୍ଲାନ କରିଥିଲେ। କିନ୍ତୁ ଅମିତାଭଙ୍କ ବାପା ହରିବଂଶ ବଚ୍ଚନ ଏଥିପାଇଁ ଅନୁମତି ଦେଇ ନ ଥିଲେ। ସେ କହିଥିଲେ, ଯଦି ଉଭୟଙ୍କ ବିବାହ ହୋଇଯାଏ, ତେବେ ସେ ଅନୁମତି ଦେବେ। ଏହା ପରେ ସେମାନଙ୍କ ବିବାହ ଅକ୍ଟୋବର ପରିବର୍ତ୍ତେ ଜୁନରେ ହୋଇଥିଲା।

Share