ବନ୍ଧୁ କହିଲେ ମୋତେ ଉପେକ୍ଷା କରୁଛ, ଏହାର ଜବାବରେ ଅମିତାଭ ବଚ୍ଚନ କହିଲେ ଏମିତି

ବଲିଉଡ୍‌ ମେଗାଷ୍ଟାର ଅମିତାଭ ବଚ୍ଚନ ଏବେ ଲୋକପ୍ରିୟ ଟିଭି ଶୋ’ ‘କୌନ୍‌ ବନେଗା କରୋଡପତି’ ସିଜିନ୍‌ ୧୨ର ଶୁଟିଂରେ ବ୍ୟସ୍ତ ଅଛନ୍ତି। କରୋନା ସମୟରେ ସେ ୧୨-୧୫ ଘଣ୍ଟା କାମ କରୁଛନ୍ତି। ଏହି କାରଣରୁ ସେ ତାଙ୍କ ବନ୍ଧୁମାନଙ୍କୁ ମଧ୍ୟ ସମୟ ଦେଇପାରୁନାହାନ୍ତି। ଫଳରେ ବିଗ୍‌ ବି ତାଙ୍କୁ ସମୟ ଦେଉ ନ ଥିବା ତାଙ୍କର ଜଣେ ବନ୍ଧୁ ଅଭିଯୋଗ କରିଛନ୍ତି। ଏହାର ଜବାବ ଦେବା ପାଇଁ ସେ ଟୁଇଟର୍‌ର ସହାୟତା ନେଇଥିଲେ। ଅମିତାଭ ଟୁଇଟ୍‌ କରି କହିଛନ୍ତି, ମୋ ବନ୍ଧୁ ମୋତେ ପଚାରିଲେ ଅମିତ ଜୀ ଆପଣ ମୋତେ ଉପେକ୍ଷା କରୁଛନ୍ତି। ଭାବିଲି ଉତ୍ତର ଦେଇଦେବି। ଏହାର ଉତ୍ତରରେ କହିଲି, ଭାଇ ୧୨-୧୫ ଘଣ୍ଟା କାମ କରିବା ପରେ କେବଳ ସ୍ନୋରିଙ୍ଗ୍‌(ଘୁଙ୍ଗୁଡି ମାରିବା) ପାଇଁ ସମୟ ମିଳୁଛି, ଇଗ୍ନୋରିଙ୍ଗ୍‌(ଉପେକ୍ଷା) ପାଇଁ ନୁହେଁ। ଏହି ଟୁଇଟ୍‌ ସହ ବିଗ୍‌ ବି ନିଜର ଏକ ମଜାଳିଆ ଫଟୋ ଶେୟାର କରିଛନ୍ତି।

Share