ଶୁଟିଂ ସେଟ୍‌କୁ ଫେରିଲେ ଅମିତାଭ

ମୁମ୍ବାଇ,୧୦ ।୯: ବଲିଉଡ୍ ମେଗାଷ୍ଟାର ଅମିତାଭ ବଚ୍ଚନ କରୋନା ସଂକ୍ରମଣରୁ ସୁସ୍ଥ ହୋଇ ପ୍ରାୟ ଗୋଟିଏ ସପ୍ତାହ ପୂର୍ବରୁ ଘରକୁ ଫେରିଥିଲେ । ଆଉ ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ସହ ପୁଣିଥରେ ଶୁଟିଂ ସେଟକୁ ଫେରିଥିବା ଦେଖାଯାଇଛି । କରୋନା ସଂକ୍ରମଣକୁ ନେଇ ଜାରି କରାଯାଇଥିବା ସମସ୍ତ ନିୟମ ପାଳନ କରି ସେ ଶୁଟିଂ ଆରମ୍ଭ କରିଥିବା କହିଛନ୍ତି । ଏବେ ସେ ତାଙ୍କ ପପୁଲାର କୁଇଜ୍ ଶୋ’ ‘କୌନ ବନେଗା କରୋଡପତି’ର ଶୁଟିଂ ଆରମ୍ଭ କରିଛନ୍ତି । ଗୁରୁବାର ଭୋର ସମୟରେ ଏହି ଶୋ’ର ୧୨ ତମ ସଂସ୍କରଣର ଶୁଟିଂ ସେ ଆରମ୍ଭ କରିଥିବା ନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟର ଯୋଗେ ସୂଚନା ଦେଇଛନ୍ତି । ଶୁଟିଂ ସମୟର କିଛି ଫଟୋ ଶେୟାର କରି ସେ ଏହି ସୂଚନା ଦେଇଛନ୍ତି । ଏଥିରେ ତାଙ୍କୁ ଫାଇନାଲ ଟଚ୍ ଅନ୍ ଦେଉଥିବା ବ୍ୟକ୍ତି ପିପିଇ କିଟ୍ ସହ ମାସ୍କ, ଗ୍ଲୋଭ୍‌ସ, ଫେସ୍ ସିଲ୍ଡ ଆଦି ପିନ୍ଧିଥିବା ଦେଖାଯାଇଛି । ଫଟୋ ଗୁଡିକ ଶେୟାର କରିବା ସହ ଅମିତାଭ ଲେଖିଛନ୍ତି କାର୍ଯ୍ୟସ୍ଥଳରେ ସାବଧାନ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ ।

 

 

Share