Categories: ବାଣିଜ୍ୟ

ଅମିତାଭ ବଚ୍ଚନ ନେକ୍ସସ୍‌ ମଲ୍‌ର ବ୍ରାଣ୍ଡ୍‌ ଆମ୍ବାସାଡର

ଭୁବନେଶ୍ୱର,୩ା୧୨: ଦେଶର ପ୍ରମୁଖ ବାଣିଜି୍ୟକ ସଂସ୍ଥା ତଥା ବ୍ଲାକ୍‌ଷ୍ଟୋନ୍‌ ଗ୍ରୁପ୍‌ର ସହଯୋଗୀ କମ୍ପାନୀ ବ୍ଲାକ୍‌ଷ୍ଟୋନ୍‌ ରିୟଲ ଇଷ୍ଟେଟ ଦ୍ୱାରା ପରିଚାଳିତ ଏବଂ ମାଲିକାନାଧୀନ ‘ନେକ୍ସସ୍‌ ମଲ୍‌’ ନିକଟରେ ବଲିଉଡ୍‌ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କୁ ତା’ର ‘ସୁଖର ଆମ୍ବାସାଡର’ ଭାବେ ନିଯୁକ୍ତ କରିଛି। ଏପରିକି ‘ହର୍‌ ଦିନ୍‌ କୁଛ୍‌ ନୟା’ ଅନୁଭୂତି ସହ ଗ୍ରାହକମାନଙ୍କ ପାଇଁ ଅମିତାଭଙ୍କ ସହିତ ଏହି ସହଭାଗିତା ସ୍ବତନ୍ତ୍ର ରହିବ ବୋଲି ମଲ୍‌ ପକ୍ଷରୁ କୁହାଯାଇଛି।
ଏ ସମ୍ପର୍କରେ ନେକ୍ସସ୍‌ ମଲ୍‌ର ସିଇଓ ଦାଲୀପ ସେହଗାଲ କହିଛନ୍ତି, ଅମିତାଭ ବଚ୍ଚନ ହେଉଛନ୍ତି ଭାରତର ଜଣେ ପ୍ରଖ୍ୟାତ ଚଳଚ୍ଚିତ୍ର ତାରକା, ଯାହାଙ୍କ ପାଇଁ ବିଭିନ୍ନ ବର୍ଗର ଭାରତୀୟଙ୍କ ମନରେ ସମ୍ମାନ ରହିଥାଏ। ସେହିଭଳି ତାଙ୍କର କଳା, ପ୍ରତିଭା ଓ ମହନୀୟ ଅବଦାନ ପାଇଁ ସେ ଘରେ ଘରେ ମଧ୍ୟ ପରିଚିତ, ନେକ୍ସସ୍‌ ମଲ୍‌ ପରିବାରରେ ଅମିତାଭ ବଚ୍ଚନଙ୍କୁ ପାଇ ଆମେ ଅତ୍ୟନ୍ତ ଗୌରବାନ୍ବିତ ମନେକରୁଛୁ। ଆମ ଗ୍ରାହକମାନଙ୍କ ସହ ହର୍‌ ଦିନ୍‌ କୁଛ୍‌ ନୟା ଅନୁଭୂତିକୁ ତାଙ୍କ ସହିତ ବାଣ୍ଟିବାକୁ ଯାଇଥିବାରୁ ଆମେ ଅତ୍ୟନ୍ତ ଖୁସି ବୋଲି ଦାଲୀପ ମତପ୍ରକାଶ କରିଛନ୍ତି। ସେହିପରି ଅମିତାଭ ବଚ୍ଚନ କହିଛନ୍ତି, ନେକ୍ସସ୍‌ ମଲ୍‌ ସହ ସହଭାଗିତା କରି ମୁଁ ବହୁତ ଖୁସି। ଆମେ ସବୁ ମିଳିମିଶି ପ୍ରତ୍ୟେକ ଗ୍ରାହକଙ୍କୁ ଏକ ନୂଆ ଅନୁଭୂତି ଦେଇପାରିବା।

Share