ଏଲନ ମସ୍କଙ୍କ ସାମ୍ନାରେ ହାତ ଯୋଡିଲେ ଅମିତାଭ!

ମୁମ୍ବାଇ: ବଲିଉଡ ଦୁନିଆର ସୁପରଷ୍ଟାର ଅମିତାଭ ବଚ୍ଚନ ସେହି ସେଲିବ୍ରିଟିମାନଙ୍କ ମଧ୍ୟରୁ ଜଣେ ଯେକି ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ। ବଲିଉଡରୁ ସାମାଜିକ ଓ ରାଜନୈତିକ ପ୍ରାୟ ସମସ୍ତ ପ୍ରସଙ୍ଗ ଉପରେ ମତ ରଖୁଥିବା ଅମିତାଭଙ୍କର ରହିଛନ୍ତି ବହୁ ପ୍ରଶଂସକ। ବେଳେ ବେଳେ ତାଙ୍କ ପିତାଙ୍କ ଦ୍ୱାରା ଲିଖିତ କବିତା ଓ ନିଜେ ଲେଖିଥିବା ଚିଠିକୁ ବି ସେ ସୋସିଆଲ ମିଡିଆରେ ଶେୟାର କରିଥାଆନ୍ତି। ପ୍ରଶଂସକ ବି ତାଙ୍କ ପୋଷ୍ଟକୁ ଅପେକ୍ଷା ରଖି ଥାଆନ୍ତି। ଯଦି ତାଙ୍କ ପୋଷ୍ଟରେ କିଛି ଭୁଲ ହୋଇଯାଇଥାଏ ତେବେ ତାଙ୍କ ପ୍ରଶଂସକ ଏହାକୁ ଠିକ୍‌ କରିବାକୁ ଉପଦେଶ ମଧ୍ୟ ଦେଇଥାଆନ୍ତି। ତତପଶ୍ଚାତ ଏବେ ଅମିତାଭ ଟୁଇଟରର ମାଲିକ ଏଲନ ମସ୍କଙ୍କ ସାମ୍ନାରେ ହାତ ଯୋଡି ଏକ ଗୁହାରି କରିଛନ୍ତି।
ଅମିତାଭ ବଚ୍ଚନ ଗତ ରାତିରେ ଟୁଇଟରରେ ଏକ ପୋଷ୍ଟ କରିଥିଲେ। ସେ ଏହା ଟୁଇଟର ମାଲିକଙ୍କ ନାଁରେ କରିଥିଲେ। ଏଥିରେ ସେ ଲେଖିଥିଲେ, ଟୁଇଟର ମାଲିକ ଭାଇ ଏହି ଟୁଇଟରରେ ଏକ ଏଡିଟ ବଟମ ଲଗାଇଦିଅ ପ୍ଲିଜ!!! ବାରମ୍ବାର ଯେବେ ଭୁଲ ହୋଇଯାଉଛି, ଆଉ ଶୁଭଚିନ୍ତକ ଆମକୁ ଏହା କହୁଛନ୍ତି, ସେତେବେଳେ ପୁରା ଟୁଇଟକୁ ଡିଲିଟ କରିବାକୁ ପଡୁଛି। ନାହିଁ ତ ଭୁଲ ଟୁଇଟକୁ ଠିକ କରି ପୁଣିଥରେ ପୋଷ୍ଟ କରିବାକୁ ପଡୁଛି। ହାତ ଯୋଡୁଛି।
ଅମିତାଭଙ୍କର ଏହି ଟୁଇଟର ଖୁବ ଚର୍ଚ୍ଚା ହେଉଛି। ଏପଟେ ତାଙ୍କର କେତେଜଣ ପ୍ରଶଂସକ ତାଙ୍କୁୁ ଉପଦେଶ ଦେଉଛନ୍ତି କି, ଟିକେ ସତର୍କ ହୋଇ ଟୁଇଟ କରନ୍ତୁ। ଅନ୍ୟଜଣେ ଲେଖିଛନ୍ତି, ଭୁଲ ନ ହେଉ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ସୂଚନାଯୋଗ୍ୟ, ଅମିତାଭ ବଚ୍ଚନ ଏହି ଟୁଇଟ ୧୯ ଏପ୍ରିଲ ରାତି ୧୧ଟା ୧୩ରେ କରିଥିଲେ। ଅମିତାଭ ତାଙ୍କ ଟୁଇଟରେ ନମ୍ବର ବି ଦେଇଥାଆନ୍ତି। ଯେମିତିକି ତାଙ୍କର ଏକ ଟୁଇଟ ଆଗରେ ଟି ୪୬୨୨ ଲେଖାଯାଇଛି। କେବେ କେବେ ଏହି ନମ୍ବର ଲେଖିବାରେ ବି ଭୁଲ ହୋଇଯାଇଥାଏ। ଟୁଇଟ ପୋଷ୍ଟ ହୋଇଯିବା ପରେ ଏହାକୁ ଏଡିଟ କରାଯାଇପାରେ ନାହିଁ। ଡିଲିଟ କରିବା ହିଁ ଏହାର ସମାଧାନ। ଏହି କାରଣରୁ ଅମିତାଭ ବଚ୍ଚନ ଏଥିପାଇଁ ଏଡିଟ ବଟନ ଡିମାଣ୍ଡ କରିଛନ୍ତି।

Share