ବିନା ଅନୁମତିରେ ବ୍ୟବହାର ହୋଇପାରିବନି ଅମିତାଭ ବଚ୍ଚନଙ୍କ ଫଟୋ, ସ୍ବର

ନୂଆଦିଲ୍ଲୀ,୨୫।୧୧: ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ବ୍ୟକ୍ତିଗତ ଅଧିକାରର ସୁରକ୍ଷା ପାଇଁ ଦିଲ୍ଲୀ ହାଇକୋର୍ଟ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଣିକି ବିନା ଅନୁମତିରେ ଅମିତାଭ ବଚ୍ଚନଙ୍କ ଫଟୋ, ସ୍ବର ବ୍ୟବହାର ହୋଇପାରିବନି। ନିକଟରେ ବ୍ୟକ୍ତିଗତ ଅଧିକାରର ସୁରକ୍ଷା ପାଇଁ ଅମିତାଭ ଦିଲ୍ଲୀ ହାଇକୋର୍ଟରେ ଏକ ମୋକଦ୍ଦମା ଦାୟର କରିଥିଲେ। ବିଗ ବି ତାଙ୍କ ଫଟୋ, ସ୍ବର ଏବଂ ନାମର ସୁରକ୍ଷା ପାଇଁ ଏହି ପଦକ୍ଷେପ ନେଇଥିଲେ। ଏହି ପିଟିସନ ଦାଖଲ ହେବା ପରେ ବିଶିଷ୍ଟ ଓକିଲ ହରିଶ ସାଲଭେ ଅମିତାଭଙ୍କ ପକ୍ଷରୁ ଯୁକ୍ତି ବାଢିଥିଲେ। ସମସ୍ତ ଯୁକ୍ତି ଶୁଣିବା ଏବଂ ବୁଝିବା ପରେ ଅମିତାଭଙ୍କ ସପକ୍ଷରେ କୋର୍ଟ ଏହି ରାୟ ଦେଇଛନ୍ତି।

Share