କାମ ଯୋଗୁ ନାତୁଣୀଙ୍କୁ ସମୟ ଦେଇପାରନ୍ତି ନାହିଁ ବିଗ୍‌ ବି; ଅଭିମାନ କଲେ ଦିଅନ୍ତି ଏହି ଖାସ୍‌ ଉପହାର

ବମ୍ବେ: ବୟସାଧିକ ହୋଇଥିଲେ ହେଁ ବଲିଉଡ ମହାନାୟକ ଅମିତାଭ ବଚ୍ଚନ ଆଜି ବି ବେଶ ସକ୍ରିୟ। ସେ ଅଭିନୟ ହେଉ ଅବା ବିଜ୍ଞାପନ, ସବୁଥିରେ ତାଙ୍କ ଦବ୍‌ଦବା ରହିଛି। ଏଥିଲାଗି ତାଙ୍କୁ ଖୁବ୍‌ ପରିଶ୍ରମ କରିବାକୁ ପଡ଼ୁଛି। ଫଳରେ ସେ ପରିବାରକୁ ସମୟ ଦେଇପାରୁନାହାନ୍ତି। କିଛି ଏଭଳି କଥାର ଖୁଲାସା ସେ ‘କୌନ ବନେଗା କରୋଡପତି’ ମଞ୍ଚରେ କରିଛନ୍ତି।

ହଟ୍‌ସିଟ୍‌ରେ ବସିଥିବା ଜଣେ ପ୍ରତିଯୋଗୀ ଅମିତାଭଙ୍କୁ ପଚାରିଛନ୍ତି, ଆପଣ ତ ଏତେ ସମୟ ଶୁଟିଂରେ ବ୍ୟସ୍ତ ରହୁଛନ୍ତି। କାମ କରୁଛନ୍ତି। ଏମିତିରେ ପରିବାରକୁ, ବିଶେଷକରି ଆରାଧ୍ୟାଙ୍କୁ କିଭଳି ସମୟ ଦେଇଥାନ୍ତି? ପ୍ରଶ୍ନର ଜବାବରେ ଅମିତାଭ ସାମାନ୍ୟ ହସି ହଁ, କାହାକୁ ବି ସମୟ ଦେଇପାରେ ନାହିଁ। ଆରାଧ୍ୟାଙ୍କ ସହ ସମୟ ବିତାଇ ପାରୁ ନ ଥିବାରୁ ସେ ଅନେକଥର ଅଭିମାନ କରି ରାଗି ଯାଆନ୍ତି। ତାଙ୍କୁ ମନାଇବା ଲାଗି ଗୋଲାପୀ ରଙ୍ଗର ହେୟାର ବ୍ୟାଣ୍ଡ କିଣି ଦେଇଥାଏ। ସେ ଖୁସି ହୋଇଯାଇଥାନ୍ତି। କାରଣ ତାଙ୍କୁ ଗୋଲାପୀ ରଙ୍ଗ ବହୁତ ପସନ୍ଦ।

ଏହାଛଡ଼ା ଉକ୍ତ ମହିଳା ପ୍ରତିଯୋଗୀ ଅମିତାଭଙ୍କୁ ଅଭିନେତା ନ ହୋଇଥିଲେ କ’ଣ ହୋଇଥାନ୍ତେ ବୋଲି ପ୍ରଶ୍ନ କରିଥିଲେ। ଜବାବରେ ଅମିତାଭ ଆପଣଙ୍କ ଭଳି ଜଣେ ସାମ୍ବାଦିକ ହୋଇଥାନ୍ତି ବୋଲି କହିଥିବା ଦେଖାଯାଇଛି।

ଆପଣ ବି ଦେଖନ୍ତୁ ଭିଡିଓ:-

Share