ପ୍ରତି ରବିବାର ଖାଲି ପାଦରେ ଫ୍ୟାନ୍ସଙ୍କୁ ଭେଟନ୍ତି ବିଗ୍‌ ବି, ଫଟୋ ସେୟାର କରି କହିଲେ କାରଣ…

ମୁମ୍ବାଇ: ବିଗ୍‌ ବି ଅମିତାଭ ବଚ୍ଚନଙ୍କୁ ଫ୍ୟାନ୍ସ ଭଗବାନଙ୍କ ପରି ପୂଜା କରନ୍ତି। ସେଥିପାଇଁ ତ ପ୍ରତି ରବିବାରକୁ ତାଙ୍କୁ ଦେଖା କରିବା ପାଇଁ ତାଙ୍କ ଫ୍ୟାନ୍ସ ବହୁ ଦୂରରୁ ତାଙ୍କ ଘରକୁ ଆସିଥା’ନ୍ତି। ତେବେ ଏହା ଦୀର୍ଘ ଦିନ ଧରି ଚାଲି ଆସୁଛି। ଫ୍ୟାନ୍ସଙ୍କୁ ଦେଖା କରିବାବେଳେ ବିଗ୍‌ ବି ସବୁବେଳେ ଖାଲି ପାଦରେ ଆସିଥାନ୍ତି। ଏହାର କାରଣ ଅମିତାଭ ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ପ୍ରକାଶ କରିଛନ୍ତି।

ଅମିତାଭଜୀ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ପୋଷ୍ଟ କରିଛନ୍ତି। ଏଥିରେ ସେ ନିଜର ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ବାହାରେ ତାଙ୍କ ପ୍ରଶଂସକଙ୍କୁ ଅଭିବାଦନ ଜଣାଉଛନ୍ତି। ଧଳା ରଙ୍ଗର କୁର୍ତ୍ତା ପାଇଜାମା ଏବଂ କଳା ଜ୍ୟାକେଟରେ ସେ ହସ ହସ ମୁହଁରେ ଫ୍ୟାନ୍ସଙ୍କ ମେଳରେ ଅଛନ୍ତି। ତେବେ ଦେଖାଯାଉଛି କି ତାଙ୍କ ପାଦରେ ଜୋତା କିମ୍ବା ଚପଲ ନାହିଁ। ତେବେ ଫଟୋ ପୋଷ୍ଟ କରି ବିଗ୍‌ ବି କ୍ୟାପସନରେ ଏହାର କାରଣ ଲେଖିଛନ୍ତି।
ବଲିଉଡ: ଏହି ଚଳଚ୍ଚିତ୍ରଗୁଡ଼ିକ ବକ୍ସ ଅଫିସରେ ସମତଳ ହୋଇଗଲା, ଆଜି ସେମାନେ

ଅମିତାଭ ବଚ୍ଚନ କହିଛନ୍ତି, ମୋତେ ସବୁବେଳେ ପଚରାଯାଏ ଯେ ମୁଁ ସବୁବେଳେ କାହିଁକି ଖାଲି ପାଦରେ ପ୍ରଶଂସକଙ୍କୁ ଭେଟିବାକୁ ଯାଏ। ମୁଁ ଯାଏ. କାରଣ ଆପଣ ଖାଲି ପାଦରେ ମନ୍ଦିରକୁ ଯାଅନ୍ତି କି? ତେବେ ରବିବାର ଦିନ ଆସୁଥିବା ମୋର ଶୁଭେଚ୍ଛୁମାନେ ମୋ ପାଇଁ ଏକ ମନ୍ଦିର ପରି! ଏଥିରେ ଆପଣଙ୍କର କିଛିି ଅସୁବିଧା ଅଛି କି?
ତେବେ ବିଗ୍‌ ବିଙ୍କ ଏହି କ୍ୟାପସନରୁ ସ୍ପଷ୍ଟ ହେଉଛି ଯେ, ସେ ତାଙ୍କ ପ୍ରଶଂସକଙ୍କୁ ବହୁତ ସମ୍ମାନ କରନ୍ତି।

Share