ବଡ ପରଦାରେ ବିଗ ବି ଅମିତାଭଙ୍କ ସହ ନଜର ଆସିବେ ବାହୁବଳୀ ଷ୍ଟାର ପ୍ରଭାସ

ବଡ ପରଦାରେ ଖୁବଶିଘ୍ର ଏକାଠି ନଜର ଆସିବେ ବାହୁବଳୀ ଷ୍ଟାର ପ୍ରଭାସ ଓ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ। ପ୍ରଥମ ଥର ଲାଗି ଉଭୟେ ବଡ ପରଦାରେ ନଜର ଆସିବେ। ତେବେ ଏହି ଫିଲ୍ମରେ ବଲିଉଡର ବିଗ ବି ଅମିତାଭ ବଚ୍ଚନ ମଧ୍ୟ ଏଣ୍ଟ୍ରି କରିବେ ବୋଲି ଜଣାପଡିଛି। ନିର୍ଦ୍ଦେଶକ ନାଗା ଅଶ୍ୱିନଙ୍କ ଏହି ଫିଲ୍ମର ଟାଇଟଲ ଏଯାଏଁ ଧାର୍ଯ୍ୟ ହୋଇନାହିଁ। ଅନ୍ୟପଟେ ବିଗ ବିଙ୍କ ସହ ଅଭିନୟ କରିବାକୁ ଯାଇ ପ୍ରଭାସ ମଧ୍ୟ ବେଶ ଖୁସି ଅଛନ୍ତି। ତାଙ୍କ ସ୍ବପ୍ନ ପୂରଣ ହେବାକୁ ଯାଉଛି ବୋଲି ସେ ସୋସିଆଲ ମିଡିଆ ଜକିଆରେ କହିଛନ୍ତି। ଏହି ଚଳଚ୍ଚିତ୍ର ୨୦୨୨ ରେ ଏକାଧିକ ଭାଷାରେ ମୁକ୍ତିଲାଭ କରିବ।

Share