Advertisement

ରାତି ୧୨ଟାରେ ଚକୋଲେଟ ଖାଉଛନ୍ତି ଅମିତାଭ ବଚ୍ଚନ

ବଲିଉଡ୍‌ ଅଭିନେତା ଅମିତାଭ ବଚ୍ଚନ କରୋନାରୁ ସୁସ୍ଥ ହୋଇ ନିଜ ଚିର ପରିଚିତ ଶୈଳୀରେ ସୋସିଆଲ ମିଡିଆରେ ପୁଣି ସକ୍ରିୟ ହୋଇଛନ୍ତି। ନିକଟରେ ସେ ଚକୋଲେଟର ଏକ ଫଟୋ ଶେୟାର କରିଛନ୍ତି। ସେ ଏହି ଚକୋଲେଟକୁ ମଧ୍ୟ ବେଶ୍‌ ପ୍ରଶଂସା କରିଛନ୍ତି। ଅମିତାଭ ଏହା ମଧ୍ୟ କହିଛନ୍ତି ଯେ ସେ ରାତିରେ ଏହି ଚକୋଲେଟ ଖାଇବାକୁ ପସନ୍ଦ କରନ୍ତି। ଇନଷ୍ଟାଗ୍ରାମରେ ଏହି ଚକୋଲେଟର ଫଟୋ ପୋଷ୍ଟ କରି ସେ କହିଛନ୍ତି ଯେ ରାତି ୧୨ଟାରେ ଏହାକୁ ଖାଇବାର ମଜା ଅନ୍ୟ କେଉଁଠାରେ ନାହିଁ। ଅଭିନେତା ରଣବୀର ସିଂ ମନ୍ତବ୍ୟ ଦେଇ କହିଛନ୍ତି, ବଚ୍ଚନ ସାହେବ, ତୁମେ କଣ କରୁଛ? ରଣବୀରଙ୍କ ଏହି ମନ୍ତବ୍ୟକୁ ଅନେକ ପ୍ରଶଂସକ ପସନ୍ଦ କରିଛନ୍ତି। ଏହା ବ୍ୟତୀତ ମୌନି ରୟ ଏବଂ କ୍ରିତି ସାନନଙ୍କ ପରି ତାରକାମାନେ ମଧ୍ୟ ଏହି ଫଟୋ ଉପରେ ମନ୍ତବ୍ୟ ଦେଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share