ବମ୍ବେ: ଘର ବିକିଲେ ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନ। ଦକ୍ଷିଣ ଦିଲ୍ଲୀର ଗୁଲମୋହର ପାର୍କରେ ଥିବା ନିଜ ଘରକୁ ବିକିଛନ୍ତି ସେ। ଉକ୍ତ ଘରେ ବିଗ୍ବିଙ୍କର ବହୁତ ସ୍ମୃତି ରହିଥିଲା। ମା’ ତେଜି ବଚ୍ଚନ ଏବଂ ବାପା ହରିବଂଶ ରାୟ ବଚ୍ଚନ ୧୯୮୦ ଯାଏ ଏହି ବଙ୍ଗଳାରେ ରହୁଥିଲେ। ଦେଖିବାକୁ ଗଲେ ଏହା ବଚ୍ଚନ ପରିବାରର ପ୍ରଥମ ଘର ଥିଲା। ଏବେ ଏହି ଘର ‘ସୋପାନ’କୁ ୨୩ କୋଟିରେ ବିକିଛନ୍ତି ବିଗ୍ ବି।
ଗତ ବର୍ଷ ଅମିତାଭ ମୁମ୍ବାଇରେ ୩୧ କୋଟି ମୂଲ୍ୟର ସମ୍ପତ୍ତି କିଣିଥିଲେ। ସହରରେ ୫୧୮୪ ବର୍ଗ ଫୁଟ ପରିବ୍ୟାପ୍ତ ଘର ସେ କିଣିଥିଲେ। ଯାହା ୨୭ ଏବଂ ୨୮ ମହଲାରେ ରହିଥିବା ବେଳେ ୬ଟି କାର୍ ପାର୍କ ହେବା ଭଳି କ୍ଷମତା ରହିଥିଲା।