ଏହି ବ୍ୟକ୍ତିଙ୍କୁ ମନେ ପକାଇ ହସ୍ପିଟାଲରେ ରାତି କାଟୁଛନ୍ତି ଅମିତାଭ ବଚ୍ଚନ

ସୁପରଷ୍ଟାର ଅମିତାଭ ବଚ୍ଚନ କରୋନା ଆକ୍ରାନ୍ତ ହୋଇ ମୁମ୍ବାଇର ନାନାବତୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ହସ୍ପିଟାଲରୁ ଅମିତାଭ ବଚ୍ଚନ ତାଙ୍କ ପ୍ରଶଂସକଙ୍କ ପାଇଁ ପ୍ରତିଦିନ କିଛି ନୂଆ ଭିଡିଓ କିମ୍ବା ବାର୍ତ୍ତା ଶେୟାର କରନ୍ତି। ଏହାସହ ପିତା ହରିବଂଶ ରାୟ ବଚ୍ଚନଙ୍କୁ ମନେ ପକାଇଛନ୍ତି। ସେ ତାଙ୍କ ପିତାଙ୍କ ସ୍ମୃତିରେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି। ଏହି ପୋଷ୍ଟରେ ଏକ ପୁରୁଣା ଭିଡିଓ ଅଛି। ଭିଡିଓରେ ଅମିତାଭ ବଚ୍ଚନ ବସି ପିତାଙ୍କ କବିତା ପଢୁଛନ୍ତି। ଟୁଇଟରେ ଅମିତାଭ ଲେଖିଛନ୍ତି – ବାବୁଜୀଙ୍କ କବିତାର କିଛି ମୁହୂର୍ତ୍ତ। ସେ ଏହିପରି କବିମାନଙ୍କରେ ଗୀତ ଗାଉଥିଲେ। ଡାକ୍ତରଖାନାର ଏକାକୀ ରହୁଥିବାବେଳେ ତାଙ୍କୁ ବହୁତ ମନେପକାଉଛି। ତାଙ୍କ କବିତା ପଢି ରାତି କଟିଯାଉଛି ବୋଲି ସେ କହିଛନ୍ତି। ଅମିତାଭ ବଚ୍ଚନଙ୍କ ସହ ପୁଅ ଅଭିଷେକ, ବୋହୂ ଐଶ୍ଚର୍ଯ୍ୟା ଏବଂ ନାତୁଣୀ ଆରାଧ୍ୟା ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି। ବିଏମସି ଅମିତାଭ ବଚ୍ଚନଙ୍କ ଘରୁ କଣ୍ଟେନମେଣ୍ଟ ଜୋନ ବୋର୍ଡକୁ ହଟାଇ ଦେଇଛି। ଅମିତାଭ ଏବଂ ଅଭିଷେକଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହେବାର ପ୍ରାୟ ୨ ସପ୍ତାହ ବିତିଗଲାଣି। ପ୍ରଶଂସକମାନେ ବିଗ ବିଙ୍କ ସୁସ୍ଥ କାମନା କରି କରି ଲଗାତର ପୋଷ୍ଟ କରୁଛନ୍ତି। ବିଗ ବି ମଧ୍ୟ ପ୍ରଶଂସକମାନଙ୍କୁ ଅନେକ ଥର ଧନ୍ୟବାଦ ଜଣାଇଛନ୍ତି।

Share