ସାଧାରଣତନ୍ତ୍ର ଦିବସରେ ଅମିତାଭ ବଚ୍ଚନ ଶେୟାର କଲେ ଏମତି ଫଟୋ, ହସି ହସି ଗଡିଲେ କପିଲ

ସାଧାରଣତନ୍ତ୍ର ଦିବସ ଅବସରରେ ବଲିଉଡ୍‌ ସୁପରଷ୍ଟାର୍‌ ଅମିତାଭ ବଚ୍ଚନ ନିଜ ପ୍ରଶଂସକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଅମିତାଭ ସୋସିଆଲ ମିଡିଆରେ ନିଜର ଏକ ଫଟୋ ଶେୟାର କରିଛନ୍ତି। ଫଟୋରେ ତାଙ୍କ ଦାଢି ତ୍ରିରଙ୍ଗା ଭଳି ରଙ୍ଗୀନ ଦେଖାଯାଉଛି। ଅମିତାଭଙ୍କ ଏହି ବିଶେଷ ଶୈଳୀକୁ ପ୍ରଶଂସକ ବେଶ୍‌ ପସନ୍ଦ କରିଛନ୍ତି। ଅମିତାଭ ବଚ୍ଚନ କ୍ୟାପସନରେ ଲେଖିଛନ୍ତି, ସାଧାରଣତନ୍ତ୍ର ଦିବସର ଅନେକ ଅନେକ ଶୁଭେଚ୍ଛା। ତାଙ୍କର ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କମେଡି କିଙ୍ଗ୍‌ କପିଲ ଶର୍ମା ମଧ୍ୟ ବିଗ୍‌ ବି’ ତାଙ୍କ ଫଟୋ ଦେଖି ହସିଛନ୍ତି। ବନ୍ଦ କରି ପାରିଲେ ନାହିଁ। ସେ ଅମିତାଭଙ୍କ ଫଟୋ ଉପରେ ‘ହାହାହା’ ଲେଖିଛନ୍ତି।
ଅମିତାଭ ବଚ୍ଚନ ଅଜୟ ଦେବଗନଙ୍କ ନିର୍ଦ୍ଦେଶକ ‘ରନୱେ ୩୪’ରେ ନଜର ଆସିବେ। ଏହା ବ୍ୟତୀତ ସେ ଆୟାନ ମୁଖାର୍ଜୀଙ୍କ ‘ବ୍ରହ୍ମାସ୍ତ୍ର’ ମଧ୍ୟ କରୁଛନ୍ତ। ଏଥିରେ ରଣବୀର କପୁର ଏବଂ ଆଲିଆ ଭଟ୍ଟ ପ୍ରଥମ ଥର ତାଙ୍କ ସହ ସ୍କ୍ରିନ ଶେୟାର କରୁଥିବା ଦେଖିବାକୁ ମିଳିବ।

Share