ଏମିତି ଭିଡିଓ ଶେୟାର କଲେ ଅମିତାଭ, ଚମକି ଉଠିଲେ ପ୍ରଶଂସକ

ମୁମ୍ବାଇ: ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ ମହାକାଶକୁ ନେଇ ବେଶ ଉତ୍ସାହିତ । ସୋସିଆଲ ମିଡିଆରେ ଏହି ମେଗାଷ୍ଟାର ଆକାଶରେ ୫ ଗ୍ରହଙ୍କ ପରେଡର ଏକ ଦୁର୍ଲଭ ଭିଡିଓ ଶେୟାର କରିଛନ୍ତି । ଭିଡିଓରେ ବୁଧ ଶୁକ୍ର, ମଙ୍ଗଳ, ବୃହସ୍ପତି ଓ ୟୁରେନ୍ସ ସମସ୍ତେ ଏକ ସରଳ ରେଖାରେ ନଜର ଆସିଛନ୍ତି । ଏହି ଭିଡିଓ ଅନେକେ ଇଣ୍ଟରନେଟ ଉପଭୋକ୍ତାଙ୍କୁ ଚମକାଇ ଦେଇଛି ।
ଅମିତାଭ ଇନଷ୍ଟାଗ୍ରାମରେ ଲେଖିଛନ୍ତି, ‘କ୍ୟା ଖୁବସୁରତ ନଜାରେ ହୈ..! ୫ଟି ଗ୍ରହ ଆଜି ଏକାଠି ରହିଛନ୍ତି.. ସୁନ୍ଦର ଓ ଦୁର୍ଲଭ… ଆଶା କରୁଛି ଆପଣମାନେ ବି ଏହାକୁ ଦେଖିଥିବେ ।’ ଅମିତାଭ ୪୫ ସେକେଣ୍ଡର ଭିଡିଓରେ ଚନ୍ଦ୍ରର ଏକ ସୁନ୍ଦର ଦୃଶ୍ୟ ବି ଦେଖାଇଛନ୍ତି । ଅଭିନେତାଙ୍କ ଏହି ଭିଡିଓ ଉପରେ ଅନେକେ ସେଲିବ୍ରିଟି କମେଣ୍ଟ ବି କରିଛନ୍ତି ।

 

Share