ମହିଳା କ୍ରିକେଟ୍‌ ଦଳ ଗଠନ କଲେ ଅମିତାଭ ବଚ୍ଚନ, ଦଳର ଅଧିନାୟକଙ୍କୁ ଦେଖିଲେ…

ନୂଆଦିଲ୍ଲୀ,୧୪।୧: ନିକଟରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା କନ୍ୟା ସନ୍ତାନର ଅଧିକାରୀ ହୋଇଛନ୍ତି। ବିରାଟ କୋହଲି ତାଙ୍କ ସୋସିଆଲ ମିଡିଆ ମାଧ୍ୟମରେ ଏହି ଖୁସି ଖବର ବିଷୟରେ ପ୍ରଶଂସକମାନଙ୍କୁ ଦେଇଥିଲେ। କ୍ରୀଡା ଜଗତ ସହିତ ବଲିଉଡର ସେଲିବ୍ରିଟିମାନେ ବିରାଟ ଏବଂ ଅନୁଷ୍କା ଶର୍ମାଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି। ଏସବୁ ମଧ୍ୟରେ ବଲିଉଡର ସୁପରଷ୍ଟାର ଅମିତାଭ ବଚ୍ଚନ ଭବିଷ୍ୟତର ମହିଳା କ୍ରିକେଟ ଦଳ ମଧ୍ୟ ପ୍ରସ୍ତୁତ କରିଛନ୍ତି। ଅମିତାଭ ବଚ୍ଚନ ତାଙ୍କ ଅଫିସିଆଲ ଟୁଇଟର ଆକାଉଣ୍ଟରେ ଏକ ଫଟୋ ଶେୟାର କରିଛନ୍ତି। ଏହି ଫଟୋ ରେ ଟିମ ଇଣ୍ଡିଆର ୧୩ ଖେଳାଳିଙ୍କ ଝିଅଙ୍କ ବିଷୟରେ ଲେଖାଯାଇଛି। ଏହି ଫଟୋ ଶେୟାର କରିବାବେଳେ ଅମିତାଭ ବଚ୍ଚନ ଲେଖିଛନ୍ତି – ମହେନ୍ଦ୍ର ସିଂ ଧୋନୀଙ୍କ ଝିଅ ଜିଭା ଅଧିନାୟକ ହେବେ କି? ଏହି ତାଲିକାରେ ସୁରେଶ ରାଇନା, ଗୌତମ ଗମ୍ଭୀର, ରୋହିତ ଶର୍ମା, ମହମ୍ମଦ ଶାମି, ରବିଚନ୍ଦ୍ରନ ଅଶ୍ୱିନ, ଅଜିଙ୍କେ ରାହାନେ, ରବିନ୍ଦ୍ର ଜାଡେଜା, ଚେତେଶ୍ୱର ପୂଜାରା, ରିଦ୍ଧିମାନ ସାହା, ହରଭଜନ ସିଂ, ଟି ନଟରାଜନ, ଉମେଶ ଯାଦବ ଏବଂ ବିରାଟ କୋହଲିଙ୍କ ନାମ ଲେଖାଯାଇଛି। ଏହି ସମସ୍ତ ଖେଳାଳିମାନେ ଝିଅର ପିତା ଅଟନ୍ତି। ସୋସିଆଲ ମିଡିଆରେ ଏହି ଖେଳାଳୀମାନଙ୍କ ପରି ସେମାନଙ୍କ ଝିଅମାନେ ମଧ୍ୟ ବହୁତ ଲୋକପ୍ରିୟ।