ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନ କରୋନା ସଂକ୍ରମିତ ହୋଇ ମୁମ୍ବାଇର ନାନାବତି ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ସବୁ ସମୟରେ ସେ ନିଜ ସ୍ବାସ୍ଥ୍ୟ ଅପ୍ଡେଡ୍ ଇନ୍ଷ୍ଟ୍ରାଗ୍ରାମ୍ ମାଧ୍ୟମରେ ପ୍ରଶଂସକଙ୍କୁ ଜଣାଇଥାନ୍ତି। ନିକଟରେ ଅମିତାଭ ନିଜର ଏକ ଫଟୋ ଶେୟାର କରି ୬ ପ୍ରକାର ଲୋକଙ୍କଠାରୁ ସର୍ବଦା ଦୂରେଇ ରହିବା କଥା ବୋଲି ସେ କହିଛନ୍ତି। ଏହି ୬ ପ୍ରକାର ଲୋକ ହେଲେ ସମସ୍ତଙ୍କୁ ଈର୍ଷା କରୁଥିବା, ଅନ୍ୟକୁ ଘୃଣା କରୁଥିବା, ଅସନ୍ତୋଷ, ରାଗି, ସନ୍ଦେହ କରୁଥିବା ଏବଂ ପର ଉପରେ ନିର୍ଭର କରୁଥିବା ଲୋକ। ଏମାନେ ସବୁବେଳେ ଦୁଃଖରେ ରହିଥାନ୍ତି। ତେଣୁ ଏହି ୬ ପ୍ରକାର ଲୋକଙ୍କଠାରୁ ସର୍ବଦା ଦୂରେଇ ରହିବା ଆବଶ୍ୟକ ବୋଲି ଅମିତାଭ କହିଛନ୍ତି।