ବଲିଉଡ୍ ସୁପରଷ୍ଟାର ଅମିତାଭ ବଚ୍ଚନ କରୋନା ଆକ୍ରାନ୍ତ ହୋଇ ନାନାବତୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକଙ୍କ ସହ ଯୋଗାଯୋଗରେ ଅଛନ୍ତି ଏବଂ ନିଜ ବିଷୟରେ ବାରମ୍ବାର ଅପଡେଟ ଦେଉଛନ୍ତି। ନିକଟରେ ସେ ଇନଷ୍ଟାଗ୍ରାମରେ କିଛି ଉପଯୋଗୀ କଥା ନିଜ ଫ୍ୟାନ୍ଙ୍କ ସହ ଶେୟାର କରିଛନ୍ତି। ସେ କହିଛନ୍ତି, ଯେଉଁ ଲୋକମାନେ ଇର୍ଷାପରାୟଣ, ଘୃଣା, ଅସନ୍ତୁଷ୍ଟ, କ୍ରୋଧିତ, ସର୍ବଦା ସନ୍ଦେହ କରନ୍ତି କିମ୍ବା ଅନ୍ୟମାନଙ୍କ ଉପରେ ନିର୍ଭରଶୀଳ ଜୀବନଯାପନ କରନ୍ତି। ଏହି ପ୍ରକାରର ଅଭ୍ୟାସ ଥିବା ଲୋକମାନେ କେବେ ଖୁସି ହୁଅନ୍ତି ନାହିଁ। ଏହି ଲୋକଙ୍କଠାରୁ ଦୂରରେ ରହିବା ଉଚିତ୍। ସୂଚନାଯୋଗ୍ୟ, ଅମିତାଭ ବଚ୍ଚନ ପୁଅ ଅଭିଷେକ ବଚ୍ଚନ କରୋନା ଆକ୍ରାନ୍ତ ହୋଇ ନାନାବତୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ବୋହୂ ଏବଂ ନାତୁଣୀ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇ ହୋମ ଆଇସୋଲେଶନରେ ଅଛନ୍ତି।