ରହସ୍ୟ ଉପରୁ ପରଦା ଉଠାଇଲେ ଅମିତାଭ ବଚ୍ଚନ

ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ପ୍ରଶଂସକମାନେ ମଧ୍ୟ ତାଙ୍କ ମଜାଳିଆ ଏବଂ ପ୍ରେରଣାଦାୟକ ପୋଷ୍ଟକୁ ଉତ୍ସାହର ସହିତ ଅପେକ୍ଷା କରନ୍ତି। ଅମିତାଭ ବଚ୍ଚନଙ୍କ ବିଷୟରେ ଏକ ବିଶେଷ କଥା ହେଉଛି ଯେ ସେ ନିଜ ପୋଷ୍ଟରେ ଟୁଇଟ୍‌ ସଂଖ୍ୟା ବିଷୟରେ ସର୍ବଦା ଉଲ୍ଲେଖ କରିଥାନ୍ତି। ସେଏହା କାହିଁକି କରନ୍ତି ତାହା ଏକ ରହସ୍ୟ ଥିଲା। ତେବେ, ଏହି ରହସ୍ୟ ଉପରେ ପରଦା ଉଠି ଯାଇଛି। ଫିଲ୍ମ ବଦଲାର ପ୍ରମୋଶନ ସମୟରେ ଏହା ସାମ୍ନାକୁ ଆସିଛି ଯେ ଅମିତାଭ ବଚ୍ଚନ କାହିଁକି ତାଙ୍କ ଟୁଇଟ୍‌ ମାଧ୍ୟମରେ ଏହି ନମ୍ବର ଉଲ୍ଲେଖ କରନ୍ତି।
ଫିଲ୍ମ ‘ବଦଲା’ର ପ୍ରମୋଶନ ସମୟରେ ଅଭିନେତା ଶାହରୁଖ ଖାନ ଅମିତାଭ ବଚ୍ଚନଙ୍କୁ କାହିଁକି ତାଙ୍କ ଟୁଇଟ୍‌ ଗଣନା କରିଛନ୍ତି ସେ ବିଷୟରେ ପଚାରିଥିଲେ। ଏହାର ଜବାବରେ ଅମିତାଭ କହିଥିଲେ ଯେ, ଯେବେ ମୋତେ କିଛି ଟ୍ରାକ କରିବାକୁ ପଡେ, ସେତେବେଳେ ମୁଁ ସେହି ନମ୍ବର ରେଫରେନ୍ସ ଆଧାରରେ ବ୍ୟବହାର କରେ। ଏହା ମୋତେ ସହଜ କରିଥାଏ। ସୂଚନାଯୋଗ୍ୟ, ବଦ୍‌ଲା ଫିଲ୍ମ ସ୍କଟଲ୍ୟାଣ୍ଡରେ ଶୁଟିଂ କରାଯାଇଥିଲା। ଏହି ଫିଲ୍ମରେ ଅମିତାଭ ଏବଂ ତାପସୀ ପନୁଙ୍କ ବ୍ୟତୀତ ଅମୃତା ସିଂ, ଟନି ଲୁର, ମାନଭ କୌଲ ଏବଂ ତନବୀର ଘାନିଙ୍କ ଭଳି ଅଭିନେତା/ଅଭିନେତ୍ରୀ ଅଭିନୟ କରିଛନ୍ତି। ଏହି ଫିଲ୍ମଟି ଶାହରୁଖ ଖାନଙ୍କ ପ୍ରଡକ୍ସନ ହାଉସ ରେଡ ଚିଲି ପ୍ରଡକ୍ସନ୍ସ ଅଧୀନରେ ନିର୍ମିତ ହୋଇଛି।

Share