ପୁଅର ଜନ୍ମଦିନରେ ଭାବପ୍ରବଣ ହେଲେ ଅମିତାଭ ବଚ୍ଚନ, କହିଲେ ଏମିତି

ବଲିଉଡ୍‌ ଅଭିନେତା ଅଭିଷେକ ବଚ୍ଚନ ଆଜି ୪୫ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। ଏଥିରେ ସାମିଲ ହୋଇଛନ୍ତି ଅଭିଷେକଙ୍କ ପିତା ତଥା ମହାନାୟକ ଅମିତାଭ ବଚ୍ଚନ। ପୁଅର ଜନ୍ମଦିନରେ ଭାବପ୍ରବଣ ହୋଇଯାଇଛନ୍ତି ଅମିତାଭ ବଚ୍ଚନ। ଅଭିଷେକଙ୍କ ସହ ଏକ ପୁରୁଣା ଫଟୋ ଶେୟାର କରିଛନ୍ତି। ଏହି ଫଟୋରେ ସେ ଅଭିଷେକଙ୍କ ହାତ ଧରିଥିବା ଦେଖାଯାଇଛି। ଅମିତାଭ ଫଟୋ ଶେୟାର କରି ଲେଖିଛନ୍ତି, ଦିନ ଥିଲା ସେ ମୋ ହାତ ଧରି ଚାଲୁଥିଲା, ଏବେ ମୁଁ ତା’ ହାତ ଧରି ଚାଲୁଛି। ସୋସିଆଲ ମିଡିଆରେ ଏହି ପୋଷ୍ଟ ଏବେ ଭାଇରାଲ ହୋଇଛି। ଅମିତାଭ ଏବଂ ଅଭିଷେକ ମଧ୍ୟରେ ବହୁତ ଭଲ ସମ୍ପର୍କ ରହିଛି। ପିତାଙ୍କୁ ସ୍ନେହରେ ପା ବୋଲି ଡାକନ୍ତି ଅଭିଷେକ। ନିକଟରେ ଉଭୟ କରୋନା ଆକ୍ରାନ୍ତ ହୋଇଥିଲେ। ନିଜ ଅପେକ୍ଷା ଅଭିଷେକ ନିଜ ପିତାଙ୍କ ଯତ୍ନ ନେଉଥିଲେ।

Share