ଅମିତାଭ ବଚ୍ଚନଙ୍କୁ ଶକ୍ତ ଚାପୁଡା ମାରିଥିଲେ ଏହି ଅଭିନେତ୍ରୀ

ହିନ୍ଦୀ ସିନେମାର ପ୍ରସିଦ୍ଧ ଅଭିନେତ୍ରୀଙ୍କ ମଧ୍ୟରୁ ୱାହିଦା ରେହମାନ ଅନ୍ୟତମ। ତାମିଲନାଡୁର ଚେଙ୍ଗାଲପାଟୁରେ ୧୯୩୮, ଫେବୃୟାରୀ ୩ରେ ଜନ୍ମଗ୍ରହଣ କରିଥିଲେ। ୫୦ ଏବଂ ୬୦ ଦଶକରେ ୱାହିଦା ନିଜର ସୌନ୍ଦର୍ଯ୍ୟ ଏବଂ ଚମତ୍କାର ଅଭିନୟ ସହିତ ପ୍ରଶଂସକଙ୍କ ହୃଦୟରେ ରାଜ୍‌ କରୁଥିଲେ। ସେ ପିଲାଦିନରୁ ସଙ୍ଗୀତ ଏବଂ ନୃତ୍ୟକୁ ଭଲ ପାଉଥିଲେ। ଯଦିଓ ସେ ଡାକ୍ତର ହେବାକୁ ଚାହୁଁଥିଲେ, କିନ୍ତୁ ଆର୍ଥିକ ସମସ୍ୟା ହେତୁ ତାଙ୍କୁ ଫିଲ୍ମରେ କାମ କରିବାକୁ ପଡିଲା। ନିଜ ଦକ୍ଷତା ବଳରେ ହିନ୍ଦୀ ସିନେମାରେ ସେ ଏକ ଭିନ୍ନ ସ୍ଥାନ ମଧ୍ୟ କରିଥିଲେ। ୱାହିଦାଙ୍କୁ ପଦ୍ମଶ୍ରୀ ଏବଂ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଛି। ତାଙ୍କ ଫିଲ୍ମ କ୍ୟାରିୟରରେ ୱାହିଦା ଅନେକ ବଡ ତାରକାଙ୍କ ସହ କାମ କରିଛନ୍ତି, ସେମାନଙ୍କ ମଧ୍ୟରେ ମେଗାଷ୍ଟାର ଅମିତାଭ ବଚ୍ଚନ ଅଛନ୍ତି । ତେବେ ଏକ ଫିଲ୍ମ ଶୁଟିଂ ସମୟରେ ୱାହିଦା ଅମିତାଭଙ୍କୁ ଚାପୁଡ଼ା ମାରିଥିଲେ। ଫିଲ୍ମ ‘ରେଶମା ଔର ଶେରା’ ଶୁଟିଂ ସମୟରେ ଏହି ଘଟଣା ଘଟିଥିଲା। ଏହି ଫିଲ୍ମର ଏକ ଦୃଶ୍ୟ ସମୟରେ ଅମିତାଭ୍‌ଙ୍କୁ ୱାହିଦା ଜୋରରେ ଚାପୁଡ଼ା ମାରିବାକୁ ଥିଲା। ଏହାପୂର୍ବରୁ ସେ ଅମିତାଭଙ୍କୁ ଚେତାବନୀ ଦେଇଥିଲେ। ୱାହିଦା ରେହମାନ ଥଟ୍ଟା କରି କହିଥିଲେ, ପ୍ରସ୍ତୁତ ରୁହ, ମୁଁ ତୁମକୁ ଚାପୁଡ଼ା ମାରିବାକୁ ଯାଉଛି। ଏହି ଦୃଶ୍ୟ ଶୁଟିଂ ଶେଷରେ ସମସ୍ତେ ଜାଣିବାକୁ ପାଇଲେ ଯେ ଚାପୁଡ଼ା ପ୍ରକୃତରେ ଅଧିକ ଜୋରରେ ଲାଗିଛି। ଅମିତାଭ ୱାହିଦା ରେହମାନଙ୍କ ନିକଟକୁ ଯାଇ ‘ୱାହିଦା ଜୀ ବହୁତ ଭଲ ଥିଲା’ ବୋଲି କହିଥିଲେ। ଏହା ପରେ ଏହି ମଜାଦାର ଘଟଣାଟି ବହୁତ ଲୋକପ୍ରିୟ ହେଲା । ୱାହିଦା ଦି କପିଲ ଶର୍ମା ଶୋ’କୁ ଆସିଥିବାବେଳେ ସମୟରେ ଏହି କାହାଣୀଟି ପ୍ରଶଂସକଙ୍କ ସହ ଶେୟାର କରିଥିଲେ।

Share