ଅମିତାଭ ବଚ୍ଚନଙ୍କୁ ଶକ୍ତ ଚାପୁଡ଼ା ମାରିଥିଲେ ଏହି ଅଭିନେତ୍ରୀ

ଅଭିନେତ୍ରୀ ୱାହିଦା ରେହମାନଙ୍କ ଆଜି ଜନ୍ମଦିନ। ସେ ୩ ଫେବୃୟାରୀ ୧୯୩୮ରେ ତାମିଲନାଡୁରେ ଜନ୍ମ ଗ୍ରହଣ କରିଥିଲେ। ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ଏପରି କିଛି କଥା ଜାଣନ୍ତୁ ଯାହାକୁ ସେ ଭୁଲି ପାରିନାହାନ୍ତି। ଚଳଚ୍ଚିତ୍ର ଜଗତରେ ଶୁଟିଂ ସମୟରେ ଏପରି କିଛି ଘଟଣା ଘଟି ଥାଏ ଯାହା ସର୍ବଦା ସ୍ମରଣୀୟ। ଏପରି ଅନେକ କାହାଣୀ ଅଛି, ଯାହାକୁ ସେ ମନେପକାଇ ହସନ୍ତି। କିଛି ଦିନ ପୂର୍ବରୁ ୱାହିଦା ‘ଦି କପିଲ ଶର୍ମା ଶୋ’କୁ ଆସିଥିଲେ, ଯେଉଁଠାରେ ସେ ଅମିତାଭ ବଚ୍ଚନଙ୍କ ସହ ଶୁଟିଂର ଏକ ବିବରଣୀ କହିଥିଲେ।
ଫିଲ୍ମ ‘ରେଶମା ଅର ଶେରା’ର ଶୁଟିଂ ବେଳେ ସେ ଅମିତାଭଙ୍କୁ ଚାପୁଡ଼ା ମାରିବାର ଥିଲା। ୱାହିଦା ଥଟ୍ଟା କରି ଅମିତାଭଙ୍କୁ କହିଥିଲେ ଯେ, ମୁଁ ତୁମକୁ ଜୋରରେ ଚାପୁଡ଼ା ମାରିବି। ପରେ ଥଟ୍ଟାରେ କହୁଥିବା ଏହି କଥାଟି ସତ ହେଲା। ଶୁଟିଂ ସମୟରେ ସେ ଜୋରରେ ଚାପୁଡ଼ା ମାରିଲେ। ୱାହିଦା କହିଛନ୍ତି ଯେ, ଶୁଟିଂ ପରେ ଅମିତାଭ ମୋ ପାଖକୁ ଆସିଲେ ଏବଂ କହିଥିଲେ, ୱାହିଦା ଜୀ ବହୁତ ଭଲ ଥିଲା।

Share