ବିନା ଟିକେଟ୍‌ରେ ଟ୍ରେନ୍‌ରେ ଯାତ୍ରା କରୁଥିଲେ ଅମିତାଭ ବଚ୍ଚନ,ଆଉ ତା’ପରେ

ଟିଭିର ସବୁଠାରୁ ଲୋକପ୍ରିୟ ରିଅଲିଟି କୁଇଜ ଶୋ ‘କୌନ ବନେଗା କରୋଡପତି’ର ହୋଷ୍ଟିଂ କରୁଛନ୍ତି ମେଗାଷ୍ଟାର ଅମିତାଭ ବଚ୍ଚନ। ଏହି ଶୋ’ ସେ ପ୍ରତିଯୋଗୀଙ୍କ ସହ ନିଜ ଜୀବନର ପୁରୁଣା ସ୍ମୃତି ଶେୟାର କରନ୍ତି। ନିକଟରେ ଏକ ଏପିସୋଡରେ ଅମିତାଭ ତାଙ୍କ ଜୀବନର ମଜାଦାର ସ୍ମୃତିର ଖୁଲାସା କରିଛନ୍ତି।
ବିଗ ବି କହିଥିଲେ ଯେ ସେ ଭ୍ରମଣ କରିବାକୁ ବହୁତ ପସନ୍ଦ କରନ୍ତି ଏବଂ ଚଳଚ୍ଚିତ୍ରରେ ଅଭିନୟ କରିବା ପୂର୍ବରୁ ସେ ନିଜ ସାଙ୍ଗମାନଙ୍କ ସହିତ ବୁଲିବାକୁ ବାହାରକୁ ଯାଉଥିଲେ। ଅବଶ୍ୟ, ଥରେ ଏହି କାରଣରୁ ଅସୁବିଧାରେ ପଡିଥିଲେ। ବିନା ଟିକେଟ୍‌ରେ ଥରେ ଟ୍ରେନରେ ଯାତ୍ରା କରୁଥିବାବେଳେ ଆମକୁ ଟିଟି ଧରିଥିଲା। ମୁଁ ସେତେବେଳେ କଲେଜରେ ପଢୁଥିଲି। ଆମ ପାଖରେ ଅଧିକ ଟଙ୍କା ନ ଥିଲା, ଆମର ଚାକିରି ମଧ୍ୟ ନ ଥିଲା। ତା’ପରେ ସାଙ୍ଗମାନେ ବୁଲିବାକୁ ଯୋଜନା କରିଥିଲେ। ପ୍ରଥମେ ମୁଁ ପ୍ରସ୍ତୁତ ନ ଥିଲି, କିନ୍ତୁ ସମସ୍ତଙ୍କ ଜିଦ୍‌ରେ ମୁଁ ମଧ୍ୟ ଯାଇଥିଲି । ଯିବାବେଳେ କୌଣସି ଅସୁବିଧା ନ ଥିଲା କିନ୍ତୁ ଆସିବା ସମୟରେ ଟିଟିଇ ତାଙ୍କୁ ଧରିଥିଲା। ଆମେ ଟିଟିଇକୁ କହିବା ମାତ୍ରେ ଆମର ଟିକେଟ ନାହିଁ, ସେମାନେ ଆମକୁ ଟ୍ରେନରୁ ଓହ୍ଲାଇବାକୁ କହିଥିଲେ। ଆମେ କବାଟ ପାଖରେ ଛିଡା ହୋଇ ଆସିଲୁ। ବିଗ୍‌ ବିଙ୍କ ଏହି କଥା ଶୁଣି ସମସ୍ତେ ହସିବାକୁ ଲାଗିଥିଲେ।

Share