ସାନ୍ତା ବେଶରେ ବିଗ୍‌ ବି’, ପ୍ରଶଂସକଙ୍କ ପାଇଁ ଲେଖିଲେ ଏମିତି ବାର୍ତ୍ତା

ମୁମ୍ବାଇ: ବଲିଉଡ୍‌ ଷ୍ଟାରମାନେ ପ୍ରତ୍ୟେକ ପର୍ବକୁ ବେଶ୍‌ ଆନନ୍ଦ ଉଲ୍ଲାସର ସହ ପାଳନ କରନ୍ତି। ତେଣୁ ଖ୍ରୀଷ୍ଟମାସକୁ ବା କିପରି ହାତଛଡ଼ା କରିବେ? ମେଗା ସୁପରଷ୍ଟାର ତଥା ବିଗ୍‌ ବି’ ଅମିତାଭ ବଚ୍ଚନ ମଧ୍ୟ ଖ୍ରୀଷ୍ଟମାସ ପାଳନ କରିବାକୁ ଆଦୌ ଭୁଲିନାହାନ୍ତି। ସୋସିଆଲ ମିଡିଆରେ ତାଙ୍କ ଫଟୋ ପୋଷ୍ଟ କରି ପ୍ରଶଂସକଙ୍କୁ ବଡ଼ଦିନର ଶୁଭେଚ୍ଛା ଜଣାଇଛନ୍ତି। ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ ହୋଇଥିବା ଫଟୋରେ ବିଗ୍‌ ବି ସାଣ୍ଟା ବେଶରେ ନଜର ଆସିଛନ୍ତି। ସେ କ୍ୟାପଶନରେ ଲେଖିଛନ୍ତି, ‘ଶାନ୍ତି, ସମନୱୟ, ସୁରକ୍ଷା ଏବଂ ପ୍ରେମ…’

ଅମିତାଭଙ୍କ ପରି ବଲିଉଡ୍‌ର ରାଣୀ ମୁଖାର୍ଜୀ, କଙ୍ଗନା ରାଣାଓ୍ବତ୍‌ ମଧ୍ୟ ତାଙ୍କ ପରିବାର ସହିତ ଖ୍ରୀଷ୍ଟମାସ୍‌ ପାଳନ କରିଛନ୍ତି। ଇନ୍‌ଷ୍ଟାଗ୍ରାମରେ ଫଟୋ ଶେୟାର କରିଛନ୍ତି କଙ୍ଗନା। ଏହି ଫଟୋରେ ଭଉଣୀ ରଙ୍ଗୋଲି, ଭାଇ, ଭାଉଜ ଏବଂ ସେମାନଙ୍କ ପୁଅ ମଧ୍ୟ ଏକାଠି ନଜର ଆସିଛନ୍ତି।

ସେହିପରି ଆଲିଆ ଭଟ୍ଟ, ରଣବୀର କପୁର, ଶିଳ୍ପା ସେଟ୍ଟୀଙ୍କ ପରି ଅଭିନେତ୍ରୀ ଅଭିନେତାମାନେ ନିଜ ପରିବାର ସହ ଖ୍ରୀଷ୍ଟମାସ ପର୍ବ ପାଳନ କରିଛନ୍ତି। ନବଦମ୍ପତି ଭିକି ଏବଂ କ୍ୟାଟ୍ରିନା ମଧ୍ୟ ଏହି ସୁଯୋଗକୁ ଜମା ବି ହାତଛଡ଼ା କରିନାହାନ୍ତି।

Share