କରୋନା ଆକ୍ରାନ୍ତ ହୋଇ ଚିକତ୍ସିତ ହେଉଥିବା ମେଗାଷ୍ଟାର ଅମିତାଭ ବଚ୍ଚନ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ପୁଅ ଅଭିଷେକ ଟୁଇଟରରେ ସୂଚନା ଦେଇଛନ୍ତି। ପିତା କରୋନା ନେଗେଟିଭ୍ ଚିହ୍ନଟ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ସେ ଏବେ ଘରେ ରହି ବିଶ୍ରାମ ନେବେ ବୋଲି ସେ କହିଛନ୍ତି। ଆରୋଗ୍ୟ କାମନା କରିଥିବା ବ୍ୟକ୍ତିମାନଙ୍କୁ ସେ ଧନ୍ୟବାଦ ଦେଇଛନ୍ତି। ସୂଚନାଯୋଗ୍ୟ, ଅମିତାଭ ବଚ୍ଚନ, ପୁଅ ଅଭିଷେକ, ବୋହୂ ଐଶ୍ଚର୍ଯ୍ୟା ଏବଂ ନାତୁଣୀ ଆରାଧ୍ୟା କରୋନା ଆକ୍ରାନ୍ତ ହୋଇ ନାନାବତୀ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ପୂର୍ବରୁ ଐଶ୍ଚର୍ଯ୍ୟା ଏବଂ ଆରାଧ୍ୟା ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ଅଭିଷେକ ଏବେ ଚିକିତ୍ସିତ ହେଉଛନ୍ତି।