ବିଗ୍‌ ବିଙ୍କୁ ଚାରି ଘଣ୍ଟା ଅପେକ୍ଷା କରାଇଲେ କପିଲ

ବମ୍ବେ: ବିଗ୍‌ ବି ଅମିତାଭ ବଚ୍ଚନଙ୍କୁ ଘଣ୍ଟାଏ କିମ୍ବା ଦୁଇଘଣ୍ଟା ନୁହେଁ, ବରଂ ସାଢ଼େ ଚାରିଘଣ୍ଟା ଅପେକ୍ଷା କରାଇଲେ କମେଡିକିଙ୍ଗ କପିଲ ଶର୍ମା। କଥାଟି ଆମେ କହୁନାହୁଁ। ସୋନି ଚ୍ୟାନେଲ ପକ୍ଷରୁ କୌନ ବନେଗା କରୋଡପତିର ଆଗାମୀ ଏପିସୋଡ ଲାଗି ଶେୟାର କରାଯାଇଥିବା ଏକ ଭିଡିଓରୁ ଏହା ସ୍ପଷ୍ଟ ହୋଇଛି।

ଶୁକ୍ରବାର ପ୍ରସାରିତ ହେବାକୁ ଥିବା ଏପିସୋଡର ପ୍ରମୋ ଜାରି ହୋଇଛି। ଏଥିରେ ହଟ୍‌ସିଟ୍‌ରେ ବସିବେ କମେଡିଆନ କପିଲ ଏବଂ ଅଭିନେତା ସୋନୁ ସୁଡ। ପ୍ରମୋରେ ଅମିତାଭ କପିଲଙ୍କୁ ଶୁଟିଂରେ ବିଳମ୍ବରେ ପହଞ୍ଚିବାକୁ ନେଇ ଚିଡ଼ାଉଥିବା ଦେଖାଯାଇଛି।

ଅମିତାଭ କହୁଛନ୍ତି, ‘ଆଜି ଆପଣ ଠିକ ସମୟରେ ଆସିଛନ୍ତି। ୧୨ଟା ବେଳେ ଭେଟିବେ ବୋଲି ସ୍ଥିର କରାଯାଇଥିଲା। ହେଲେ ଆପଣ ୪.୩୦ ରେ ଆସିଲେ।’ ଏହାର ଜବାବରେ କପିଲ କେବଳ ହସୁଥିବା ଦେଖାଯାଇଛି।

ତେବେ ବିଳମ୍ବରେ ଆସିବାର ଅଭ୍ୟାସ କପିଲଙ୍କ ପୂର୍ବରୁ ରହିଛି। ଚାରିବର୍ଷ ପୂର୍ବେ ସେ ଅଜୟ ଦେବଗନ, ଶାହାରୁଖ ଖାନଙ୍କ ଭଳି ଅତିଥିଙ୍କୁ ଶୁଟିଂ ପାଇଁ ଅପେକ୍ଷା କରାଇବାକୁ ନେଇ ଚର୍ଚ୍ଚାରେ ଥିଲେ। ଏପରିକି ସେ ଅମିତାଭଙ୍କ ସହ ଶୁଟିଂ ବି ରଦ୍ଦ କରିଥିବା କୁହାଯାଏ।

Share