ପୁଣିଥରେ ବଡ ପରଦାକୁ ଫେରୁଛନ୍ତି ବିଗ୍‌ ବି’

ମୁମ୍ବାଇ: ଫିଲ୍ମ ‘ପିଙ୍କ୍‌’ରେ ଭେଟେରାନ ଅଭିନେତା ଅମିତାଭ ବଚ୍ଚନଙ୍କ ଅଭିନୟ ଦର୍ଶକମାନେ ଭୁଲି ନାହାଁନ୍ତି। ତେବେ ସାତ ବର୍ଷ ପରେ ଅମିତାଭ ପୁଣିଥରେ ବଡ ପରଦାକୁ ଫେରୁଛନ୍ତି। ନିର୍ଦ୍ଦେଶକ ରିଭୂ ଦାସଗୁପ୍ତଙ୍କ ନୂଆ ଫିଲ୍ମ ‘ସେକ୍ସନ ୮୪’ରେ ବିଗ୍‌୍‌ ବି’ ମୁଖ୍ୟ ଭୂମିକାରେ ନଜର ଆସିବେ।

ଫିଲ୍ମଟି ଏକ ଥ୍ରୀଲର ଅଟେ। ଯଦିଓ ନିର୍ମାତାମାନେ ଫିଲ୍ମର ବିଷୟବସ୍ତୁ ପ୍ରକାଶ କରିନାହାନ୍ତି, ହେଲେ ଫିଲ୍ମର ଟାଇଟଲକୁ ଦେଖି କିଛି ଲୋକ ଭାରତୀୟ ଦଣ୍ଡ ସଂହିତା ଧାରା ୮୪ କଥା ମନେ ପଡିଯାଏ। ଏହି ଧାରାରେ ଦର୍ଶାଯାଇଛି ଯେ ଜଣେ ମାନସିକ ରୋଗୀ ଯଦି ତାଙ୍କ ଅଜାଣତାରେ ଅପରାଧ କରନ୍ତି ତେବେ ଆଇନ ଦୃଷ୍ଟିରେ ସେ ଦୋଷୀ ନୁହଁନ୍ତି। ତେବେ ଫିଲ୍ମର ବିଷୟବସ୍ତୁ ଏଭଳି କିଛି ଥିବା ଅନୁମାନ କରାଯାଉଛି।

Share