‘ଥାଲାଇଭର୍‌ ୧୭୦’ରେ ଅମିତାଭ ବଚ୍ଚନଙ୍କ ଏଣ୍ଟ୍ରି, ବିଗ ବି-ରଜନୀକାନ୍ତ ୩୨ ବର୍ଷ ପରେ ଏକାଠି…

ମୁମ୍ବାଇ : ଯେତେବେଳେ ଦୁଇଜଣ ସୁପରଷ୍ଟାର ପରଦାରେ ଏକାଠି କାମ କରିବାକୁ ହାତ ମିଳାନ୍ତି, ସେମାନଙ୍କର ପ୍ରଶଂସକମାନେ ଆନନ୍ଦିତ ହୋିଥାନ୍ତି। ଦୁଇ ସୁପରଷ୍ଟାର ଏକାଠି ପରଦାରେ ଅଭିନୟ କରୁଥିବାର ଦେଖିବା ଏକ ନିଆରା ଅନୁଭୂତି, ଯାହା କ୍ୱଚିତ ଦେଖାଯାଏ। ନିକଟରେ ଦର୍ଶକମାନେ ସଲମାନ ଖାନ ଏବଂ ଶାହାରୁଖ ଖାନଙ୍କୁ ଗୋଟିଏ ଫ୍ରେମରେ ଦେଖିବାର ସୁଯୋଗ ପାଇଥିବାବେଳେ ବର୍ତ୍ତମାନ ଖବର ମିଳିଛି ଶତାବ୍ଦୀର ମେଗାଷ୍ଟାର ଏବଂ ଥାଲାଇଭା ଏକାଠି ସିଲଭର ସ୍କ୍ରିନରେ ଦେଖାଦେବାକୁ ଯାଉଛନ୍ତି। ମେଗାଷ୍ଟାର ଅମିତାଭ ବଚ୍ଚନ ଏବଂ ସୁପରଷ୍ଟାର ରଜନୀକାନ୍ତ ୩୨ ବର୍ଷ ପରେ ଦର୍ଶକଙ୍କୁ ମନୋରଞ୍ଜନ କରିବାକୁ ଫେରୁଛନ୍ତି।

ଦକ୍ଷିଣର ଭେଟେରାନ ଅଭିନେତା ରଜନୀକାନ୍ତ ବଲିଉଡ ସହିତ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରରେ ବହୁ କାମ କରିଛନ୍ତି। ସେ ଅନେକ ଚଳଚ୍ଚିତ୍ରରେ କାମ କରିଛନ୍ତି, ଯାହା ଦର୍ଶକଙ୍କ ଅପାର ପ୍ରେମ ପାଇଛି। ବଢୁଥିବା ବୟସ ଆଗରେ ହାରର ନ ମାନି ବର୍ତ୍ତମାନ ପର୍ଯ୍ୟନ୍ତ ଆକ୍ସନ ଫିଲ୍ମ କରୁଥିବା ରଜନୀକାନ୍ତଙ୍କୁ ‘ଜେଲର୍‌’ରେ ଦେଖିବାକୁ ମିଳିଥିଲା। ‘ଜେଲର’ ଦେଶ ତଥା ବିଦେଶରେ ଭଳ କାରବାର କରିଥିଲା। ବର୍ତ୍ତମାନ ସେ ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର ଥାଲାଇଭର୍‌ ୧୭୦ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହି ଚଳଚ୍ଚିତ୍ରରେ ଅମିତାଭ ବଚ୍ଚନ ମଧ୍ୟ ରଜନୀକାନ୍ତଙ୍କ ସହ ଅଭିନୟ କରିବେ।

ବିଗ ବି ଏବଂ ରଜନୀକାନ୍ତଙ୍କ ଯୋଡି, ‘ହମ’, ‘ଅନ୍ଧା କାନୁନ’ ଏବଂ ‘ଗିରଫତାର୍‌’ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ଏବେ ସେମାନେ ତିନି ଦଶନ୍ଧିରୁ ଅଧିକ ସମୟ ପରେ ଦର୍ଶକଙ୍କ ମନୋରଞ୍ଜନ କରିବାକୁ ଫେରୁଛନ୍ତି। କିଛି ଦିନ ପୂର୍ବରୁ ଏହି ବିଷୟରେ ଖବର ଆସିଥିଲା, କିନ୍ତୁ ମଙ୍କଳବାର ନିର୍ମାତାମାନେ ‘ଥାଲାଇଭର୍‌ ୧୭୦’ରେ ଅମିତାଭ ବଚ୍ଚନଙ୍କ ଉପସ୍ଥିତି ଘୋଷଣା କରିଛନ୍ତି। ରଜନୀକାନ୍ତଙ୍କ ଆଗାମୀ ଚଳଚ୍ଚିତ୍ର ‘ଥାଲାଇଭର୍‌ ୧୭୦’ର ନିର୍ମାତା ମେଗାଷ୍ଟାର ଅମିତାଭ ବଚ୍ଚନଙ୍କୁ କ୍ରୁରେ ସ୍ବାଗତ କରିଛନ୍ତି।

୩ ଅକ୍ଟୋବରରେ ଫିଲ୍ମର ପ୍ରଡକ୍ସନ ହାଉସର ଅଫିସିଆଲ ସୋସିଆଲ ମିଡିଆ ଆକାଉଣ୍ଟରେ ଏହା ଘୋଷଣା କରାଯାଇଛି। ଲାଇକା ପ୍ରଡକ୍ସନ୍ସ ଏହାର ଅଫିସିଆଲ ଏକ୍ସ ଆକାଉଣ୍ଟରେ ବିଗ ବି ଙ୍କର ଫଟୋ ଶେୟାର କରିଛି।

୧୯୯୧ ରେ ଚଳଚ୍ଚିତ୍ର ‘ହମ’ରେ ସେମାନଙ୍କୁ ଶେଷ ଥର ପାଇଁ ଏକାଠି ଦେଖିବାକୁ ମିଳିଥିଲା। ‘ଥାଲାଇଭର୍‌ ୧୭୦’ ଗାନାଭେଲଙ୍କ ଦ୍ୱାରା ନିର୍ଦ୍ଦେଶିତ ହେବ । ଏହା ହେଉଛି ରଜନୀକାନ୍ତଙ୍କ ୧୭୦ ତମ ଚଳଚ୍ଚିତ୍ର। ସମ୍ପ୍ରତି ଏହାକୁ ‘ଥାଲାଇଭର୍‌ ୧୭୦’ କୁହାଯାଉଛି। ରଜନୀକାନ୍ତ ଏବଂ ଅମିତାଭ ବଚ୍ଚନଙ୍କ ବ୍ୟତୀତ ଏହି ଚଳଚ୍ଚିତ୍ରରେ ଫହଦ ଫାସିଲ ଏବଂ ରାଣା ଦଗୁବତୀ ମଧ୍ୟ ଅଭିନୟ କରିବେ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଏହି ଫିଲ୍ମର ସୁଟିଂ ଖୁବ ଶୀଘ୍ର ଆରମ୍ଭ ହେବ। ଏହା କୁହାଯାଉଛି ଏହା ଏକ ସାମାଜିକ ବାର୍ତ୍ତା ପ୍ରଦାନ କରୁଥିବା ଚଳଚ୍ଚିତ୍ର ହେବ। ନିକଟରେ ଚେନ୍ନାଇ ବିମାନବନ୍ଦରରେ ରଜନୀକାନ୍ତଙ୍କୁ ଦେଖିବାକୁ ମିଳିଥିଲା। କୁହାଯାଉଛି ‘ଥାଲାଇଭର୍‌ ୧୭୦’ର ସୁଟିଂ ପାଇଁ ସେ ଥିରୁଭାନନ୍ତପୁରମ ଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

ସଲମାନଙ୍କ ସୁରକ୍ଷାରେ ତ୍ରୁଟି, ଭାଇଜାନଙ୍କୁ ରାତି ଅଧରେ…

ମୁମ୍ବାଇ: ବଲିଉଡ ଭାଇଜାନ ସଲମାନ ଖାନଙ୍କ ସୁରକ୍ଷାରେ ପୁଣି ଥରେ ତ୍ରୁଟି ହୋଇଛି। ଜଣେ ଯୁବକ ତାଙ୍କ ବାଇକରେ କିଛି ସମୟ ପାଇଁ ସଲମାନ ଖାନଙ୍କ...

ଜଣେ ଏମିତି ସାଥୀ ଚାହୁଁଛି ଯିଏ ମୋତେ ପାଗଳ ଭଳି ଭଲପାଇବ…ଛାଡପତ୍ର ବିବାଦ ଭିତରେ ଏମିତି କହିଦେଲେ ଐଶ୍ୱର୍ଯ୍ୟା

ମୁମ୍ବାଇ: ଐଶ୍ୱର୍ଯ୍ୟା ରୟ ଓ ଅଭିଷେକ ବଚ୍ଚନଙ୍କ ବିବାହକୁ ୧୭ବର୍ଷ ପୁରିଛି। ସେ ୨୦୦୭ରେ ଅଭିଷେକଙ୍କୁ ବିବାହ କରିଥିଲେ। ବିବାହ ପରେ ଐଶ୍ୱ ଖୁବ କମ...

ଐଶ୍ୱର୍ଯ୍ୟାଙ୍କ କଷ୍ଟ ଦେଖି ୨ ଦିନ ପର୍ଯ୍ୟନ୍ତ ଶୋଇ ପାରି ନ ଥିଲେ ଅମିତାଭ

ମୁମ୍ବାଇ: ବଚ୍ଚନ ପରିବାରର ‘ବୋହୂ’ ଐଶ୍ୱର୍ଯ୍ୟା ରାୟଙ୍କର କୌଣସି ପରିଚୟର ଆବଶ୍ୟକତା ନାହିଁ। ଇଣ୍ଡଷ୍ଟ୍ରିରେ କାର୍ଯ୍ୟ କରି ନିଜ ପାଇଁ ଏକ ବିଶେଷ ପରିଚୟ ସୃଷ୍ଟି...

ଐଶ୍ୱର୍ଯ୍ୟା ଶ୍ରେଷ୍ଠ ଅଭିନେତ୍ରୀ

ଦୁବାଇ: ଦୁବାଇରେ ସୋମବାର ସାଉଥ୍‌ ଇଣ୍ଡିଆନ୍‌ ଇଣ୍ଟରନ୍ୟାଶନାଲ ମୁଭି ଆଓ୍ବାଡର୍‌ସ (ଏସ୍‌ଆଇଆଇଏମ୍‌ଏ) ୨୦୨୪ ଅନୁଷ୍ଠିତ ହୋଇଯାଇଛି। ମଣି ରତ୍ନମଙ୍କ ନିର୍ଦ୍ଦେଶିତ ତାମିଲ ଚଳଚ୍ଚିତ୍ର ‘ପୋନ୍ନିୟିନ୍‌ ସେଲଭନ: ପାର୍ଟ...

ଲୁଚିଛପି ବିବାହ କଲେ ଅଦିତି-ସିଦ୍ଧାର୍ଥ

ମୁମ୍ବାଇ: ଆଦିତ୍ୟ ରାଓ ହାଇଦରୀ ଏବଂ ସିଦ୍ଧାର୍ଥ ଲୁଚିଛପି ବିବାହ କରଛନ୍ତି। ଏହି ଦମ୍ପତି ବିବାହ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହି ଫଟୋଗୁଡ଼ିକରେ...

ଐଶ୍ୱର୍ଯ୍ୟା-ଅଭିଷେକଙ୍କ ମଧ୍ୟରେ ଛାଡପତ୍ର! ମିଳିଗଲା ବଡ଼ ପ୍ରମାଣ

ନୀଳନୟନା ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଉଭୟଙ୍କ ମଧ୍ୟରେ ସବୁକିଛି ଠିକ ନ ଥିବା ଆଲୋଚନା ହେଉଛି। ଐଶ୍ୱର୍ଯ୍ୟା ରାୟ...

ଆମି ପୁରସ୍କାର ଘୋଷଣା: ଏହି ଫିଲ୍ମକୁ ମିଳିଲା ୧୪ ପୁରସ୍କାର

ଲସ ଆଞ୍ଜେଲ୍ସର ପିକକ୍‌ ଥିଏଟରରେ ୭୬ତମ ପ୍ରାଇମଟାଇମ ଆମି ପୁରସ୍କାର ଆୟୋଜିତ ହୋଇଛି। ମନୋରଞ୍ଜନ ଜଗତର ସବୁଠାରୁ ସମ୍ମାନଜନକ ପୁରସ୍କାର ସମାରୋହରେ ଏଥର ଫିଲ୍ମ ‘ଶୋଗୁନ’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri