ଅମିତାଭ ବଚ୍ଚନଙ୍କ ଅଭିନେତ୍ରୀ ଜିନ୍ନତ ଅମାନକୁ ଭଲପାଇ ବସିଥିଲେ ପୁଅ ଅଭିଷେକ ବଚ୍ଚନ। ଫିଲ୍ମ ‘ମହାନ’ର ଶୁଟିଂ ସମୟରେ ଅଭିଷେକ ପିତା ଅମିତାଭଙ୍କ ସହ ଶୁଟିଂ ସେଟ୍କୁ ଯାଇଥିଲେ। ଏହି ସମୟରେ ଅଭିଷେକଙ୍କ ବସୟ ମାତ୍ର ୫ ବର୍ଷ ଥିଲା । ଏହି ସମୟରେ ଜିନ୍ନତଙ୍କୁ ଦେଖି ଅଭିଷେକ ବେଶ୍ ପ୍ରଭାବିତ ହୋଇଥିଲେ। ଏପରିକି ତାଙ୍କୁ ବିବାହ କରିବାକୁ ମଧ୍ୟ ଜିଦ୍ ଧରିଥିଲେ।
ଅଭିଷେକ ବଚ୍ଚନଙ୍କ ନାମ ପ୍ରଥମେ ଅଭିନେତ୍ରୀ କରିସ୍ମା କପୁରଙ୍କ ସହ ଯୋଡା ଯାଇଥିଲା। କଥା ବିବାହ ପର୍ଯ୍ୟନ୍ତ ପହଞ୍ଚିଥିଲା। କିନ୍ତୁ କୌଣସି କାରଣରୁ ଏହି ବିବାହ ହୋଇପାରି ନ ଥିଲା। ପରେ ତାଙ୍କ ନାମ ରାଣୀ ମୁଖାର୍ଜୀଙ୍କ ସହ ଯୋଡାଗଲା। କିନ୍ତୁ ଦୁର୍ଭାଗ୍ୟବଶତଃ ଏହି ୨ ଅଭିନେତ୍ରୀଙ୍କ ସହ ତାଙ୍କର ବିବାହ ହୋଇପାରି ନ ଥିଲା। ପରେ ଅଭିଷେକ ଐଶ୍ୱର୍ଯ୍ୟା ରାୟଙ୍କୁ ବିବାହ କରିଥିଲେ। ଏବେ ଏହି ଦମ୍ପତି ଖୁସି ଦାମ୍ପତ୍ୟ ଜୀବନ ଅତିବାହିତ କରୁଛନ୍ତି।
କୁହାଯାଏ, ଏହି ସମସ୍ତ ଅଭିନେତ୍ରୀଙ୍କ ବ୍ୟତୀତ ଅଭିଷେକ ଜିନ୍ନତ ଅମାନର ପ୍ରେମିକ ପଡ଼ିଥିଲେ। ଏପରିକି ଅଭିଷେକ ଜିନ୍ନତଙ୍କୁ ବିବାହ ମଧ୍ୟ କରିବାକୁ ଜିଦ୍ ଧରିଥିଲେ। ଖବର ଅନୁଯାୟୀ, ଦିନେ ଜିନ୍ନତ ତାଙ୍କ ରୁମ୍କୁ ରାତ୍ରି ଭୋଜନ କରିବାକୁ ଯାଉଥିଲେ। ଏହି ସମୟରେ ତୁମେ କାହା ସହିତ ଶୋଇବାକୁ ଯାଉଛ ବୋଲି ଅଭିଷେକ ପ୍ରଶ୍ନ କରିଥିଲେ।