ଅମିତାଭଙ୍କ ଘର ନିକଟକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା

ମୁମ୍ବାଇ,୧୨।୭: କରୋନା ମହାମାରୀ ସହ ସମସ୍ତେ ଲଢିବାକୁ ପ୍ରସ୍ତୁତ ଥିବା ବେଳେ ଏହା ଏବେ ବଲିଉଡ୍‌ ଜଗତକୁ ପ୍ରବେଶ କରିଛି। ଶନିବାର ବିଗ୍‌ ବି ଅମିତାଭ ଓ ତାଙ୍କ ପୁଅ କରୋନା ସଂକ୍ରମଣ ହେବା ଖବର ସମସ୍ତଙ୍କୁ ଚମକାଇ ଦେଇଥିଲା। ଏବେ ସେମାନେ ହସ୍ପିଟାଲରେ ଚିକିତ୍ସିତ ହେବା ସହ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛିଥିବା ମେଡିକାଲ ପକ୍ଷରୁ ଦର୍ଶାଯାଇଛି। ତେବେ ଅମିତାଭଙ୍କ ଘର ‘ଜଲସା’ ବାହାରେ ବ୍ରିହାନମୁମ୍ବାଇ ମ୍ୟୁନିସିପାଲ କର୍ପୋରେଶନ ପକ୍ଷରୁ ରବିବାର ପୋଷ୍ଟର ଲଗାଯାଇ ଏହାକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି।

Share