ଅମିତାଭଙ୍କ ୨୬ କର୍ମଚାରୀଙ୍କ ରିପୋର୍ଟ ଆସିଲା ନେଗେଟିଭ

ମୁମ୍ବାଇ,୧୩।୭: ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ ଓ ତାଙ୍କ ପୁଅ ଅଭିଷେକ ବଚ୍ଚନଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏମାନଙ୍କୁ ନେଇ ବଚ୍ଚନ ପରିବାରର ୪ ସଦସ୍ୟ ଅର୍ଥାତ୍‌ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ତାଙ୍କ ଝିଅ ଆରାଧ୍ୟା ମଧ୍ୟ କରୋନାରେ ପୀଡ଼ିତ ଥିବା ଜଣାପଡିଥିଲା। ଏମାନଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ କର୍ମଚାରୀଙ୍କ କରୋନା ଟେଷ୍ଟ କରାଯାଇଥିବା ବେଳେ ଏମାନଙ୍କ ମଧ୍ୟରୁ ପ୍ରାୟ ୨୬ ଜଣ କର୍ମଚାରୀଙ୍କର ରିପୋର୍ଟ ନେଗେଟିଭ ଆସିଥିବା ଜଣାପଡିଛି। ହେଲେ ସମସ୍ତ ୨୬ ଜଣଙ୍କୁ କ୍ୱାରାଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଇଛି। ଅନ୍ୟପଟେ ଅମିତାଭଙ୍କ ବୋହୂ ଐଶ୍ୱର୍ଯ୍ୟା ଓ ନାତୁଣୀ କରୋନା ପଜିଟିଭ ଥିବା ବେଳେ ଏବେ ସେମାନେ ହୋମ୍‌ କ୍ୱାରାଣ୍ଟାଇନରେ ରହିଛନ୍ତି।

Share