ଐଶ୍ୱର୍ଯ୍ୟାଙ୍କ ସମ୍ପର୍କରେ ଖୋଲାଖୋଲି ଏମିତି କହିଦେଲେ ଅମିତାଭ, ସମସ୍ତେ କାବା

ମୁମ୍ବାଇ: ବଚ୍ଚନ ପରିବାର ଦୀର୍ଘ ଦିନ ଧରି ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଐଶ୍ୱର୍ଯ୍ୟା-ଅଭିଷେକ ବଚ୍ଚନଙ୍କୁ ଛାଡପତ୍ର ଦେବାକୁ ଯାଉଛନ୍ତି ବୋଲି ଚାଲିଥିବା ଚର୍ଚ୍ଚା ଏବେ ଏକ ଗୁଜବ ବୋଲି ପ୍ରମାଣିତ ହୋଇଛି।

ଅଭିଷେକ ବଚ୍ଚନ, ଐଶ୍ୱର୍ଯ୍ୟା ରାୟ ଏବଂ ଝିଅ ଆରାଧ୍ୟା ବଚ୍ଚନଙ୍କ କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଫଟୋଗୁଡ଼ିକରେ, ବାପା-ମା’ ଏବଂ ଝିଅ ତିନି ଜଣଙ୍କୁ ଏକାଠି ଦେଖିବାକୁ ମିଳୁଛି। ଏଭଳି ପରିସ୍ଥିତିରେ ଐଶ୍ୱ-ଅଭିଙ୍କ ଦାମ୍ପତ୍ୟ ଜୀବନରେ ସବୁକିଛି ଠିକ ଅଛି ବୋଲି କୁହାଯାଉଛି। ତେବେ ଏହାରି ଭିତରେ କେବିସି ସେଟ୍‌ରେ ନିଜ ବୋହୂଙ୍କୁ ନେଇ ବିଗ୍‌ ବି ଏମିତି କିଛି କହିଛନ୍ତି ଯାହା ଚର୍ଚ୍ଚା ହେବାରେ ଲାଗିଛି।

କେବିସି ୧୬ ସେଟରେ ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ ତାଙ୍କ ପରିବାର ଏବଂ ବୋହୂ ଐଶ୍ୱର୍ଯ୍ୟା ରାୟଙ୍କ ବିଷୟରେ ଏକ ବଡ଼ ବୟାନ ଦେଇଛନ୍ତି। ବଚ୍ଚନ ଜଣେ ପ୍ରତିଯୋଗୀଙ୍କ ସହ ପାରିବାରିକ ସମ୍ପର୍କ ବିଷୟରେ କଥା ହେଉଥିଲେ। ଯେତେବେଳେ ପ୍ରତିଯୋଗୀ ବିଗ ବି’ ଙ୍କୁ ପ୍ରେମ ବିବାହରେ ଥିବା ଅସନ୍ତୋଷ ବିଷୟରେ ପଚାରିଥିଲେ, ସେତେବେଳେ ସେ ଏପରି କିଛି ମନ୍ତବ୍ୟ ଦେଇଥିଲେ ଯାହା ଶୁଣି ସମସ୍ତେ ତାଜୁବ ହୋଇଯାଇଥିଲେ।

ଅମିତାଭ ବଚ୍ଚନ କ୍ୟାମେରା ଆଗରେ ତାଙ୍କ ପରିବାରରେ ପ୍ରେମ ବିବାହ ଏବଂ ବିବାଦ ବିଷୟରେ ଖୋଲାଖୋଲି ଭାବେ କହିଛନ୍ତି। ଅମିତାଭ ବଚ୍ଚନ କହିଛନ୍ତି ଯେ, ତାଙ୍କ ଘରେ ବିଭିନ୍ନ ରାଜ୍ୟର ଲୋକ ଅଛନ୍ତି। ଏହି ସମୟରେ ପ୍ରତିଯୋଗୀ ବିଗ ବିଙ୍କୁ ମଧ୍ୟ କହିଥିଲେ ଯେ, ତାଙ୍କ ପ୍ରେମ ବିବାହ ନେଇ ଦାମ୍ପତ୍ୟ ଝଡ ରହିଛି।

ଏହା ଉପରେ ବିଗ ବି ପ୍ରତିଯୋଗୀଙ୍କୁ ଏକ ମଜାଳିଆ ଉତ୍ତର ଦେଇଛନ୍ତି। ଗୁଜରାଟର ବଡୋଦରା ନିବାସୀ ଆଶୁତୋଷ ସିଂ ଚଳିତ ସପ୍ତାହରେ କେବିସି ୧୬ରେ ପହଞ୍ଚିଛନ୍ତି। ସେ କହିଛନ୍ତି, ଗତ ୫ବର୍ଷ ଧରି ତାଙ୍କ ବାପାମାଆଙ୍କ ସହ କଥାବାର୍ତ୍ତା କରିପାରୁ ନାହାନ୍ତି। ତାଙ୍କର ପ୍ରେମ ବିବାହ। ସେ ଚାହୁଁଥିଲେ ଯେ, ତାଙ୍କ ପିତାମାତା ତାଙ୍କୁ ବୁଝନ୍ତୁ ଏବଂ ତାଙ୍କ କଥା ଶୁଣନ୍ତୁ।

ଏନେଇ ଅମିତାଭ ବଚ୍ଚନ ମଧ୍ୟ ତାଙ୍କ ପରିବାର ସଦସ୍ୟଙ୍କ ପ୍ରେମ ବିବାହ ବିଷୟରେ ଖୋଲାଖୋଲି ଭାବେ କହିଛନ୍ତି। ଆମେ ଉତ୍ତରପ୍ରଦେଶର କିନ୍ତୁ ଆମ ପରିବାରରେ ବିବିଧତାର ଏକ ଉଦାହରଣ ଦେଖିବାକୁ ମିଳେ। ମୋ ସ୍ତ୍ରୀ ବଙ୍ଗାଳୀ, ମୋ ଭାଇ ଏକ ସିନ୍ଧି ପରିବାରରେ ବିବାହ କରିଛନ୍ତି ବୋଲି ବିଗ୍‌ ବି କହିଛନ୍ତି।

ସେ ଆହୁରି କହିଛନ୍ତି, ମୋ ଝିଅ ପଞ୍ଜାବୀ ପରିବାରରେ ବିବାହ କରିଛନ୍ତି। ଏବଂ ମୋ ପୁଅ ମାଙ୍ଗାଲୋରର ଝିଅକୁ ବିବାହ କରିଛନ୍ତି। ମୋ ବାପା ସବୁବେଳେ କହୁଥିଲେ ଯେ, ଆମେ ଦେଶର କୋଣ ଅନୁକୋଣରୁ ବୋହୂ ଆଣିଛୁ। ଆମ ବୋହୂ ଐଶ୍ୱର୍ଯ୍ୟା ରାୟ ମାଙ୍ଗାଲୋରର ଏବଂ ମୋ ପୁଅ ତାଙ୍କୁ ଭଲ ପାଉଥିଲେ। ଅମିତାଭ ବଚ୍ଚନ କ୍ୟାମେରା ଆଗରେ କହିଛନ୍ତି, ଆମ ପରିବାରରେ କୌଣସି ବନ୍ଧନ ନ ଥିଲା, କିନ୍ତୁ ପ୍ରେମ ଏବଂ ବୁଝାମଣା ଥିଲା ଯାହା ସମ୍ପର୍କକୁ ମଜବୁତ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

୬୦ ବର୍ଷ ବୟସରେ ୟୁଟ୍ୟୁବ୍‌ ଚ୍ୟାନେଲ ଲଞ୍ଚ କଲେ ଆମିର

ମୁମ୍ବାଇ: ପ୍ରଶଂସକଙ୍କୁ ଖୁସିଖବର ଦେଇଛନ୍ତି ବଲିଉଡ ସୁପରଷ୍ଟାର ଆମିର ଖାନ୍‌। ପୂର୍ବରୁ ତାଙ୍କର କୌଣସି ବ୍ୟକ୍ତିଗତ ସୋସିଆଲ ମିଡିଆ ଆକାଉଣ୍ଟ ନ ଥିଲା। ହେଲେ ଏବେ...

ଐଶ୍ୱର୍ଯ୍ୟାଙ୍କ କାରକୁ ଧକ୍କା ଦେଲା ବସ୍, ଭିଡିଓ ଭାଇରାଲ୍: ଲୋକେ କହିଲେ- ‘ଯଦି ଜୟା ବଚ୍ଚନ ସେଠାରେ ଥାଆନ୍ତେ…’

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ କାରକୁ ଏକ ବସ୍ ଧକ୍କା ଦେଇଛି। ବସ୍ ସହ ଧକ୍କା ହେବା ଯୋଗୁଁ ଐଶ୍ୱର୍ଯ୍ୟା ରାୟଙ୍କ କାର...

ହାଇଦ୍ରାବାଦର ଜ୍ୱାଇଁ ହେବାକୁ ଯାଉଛନ୍ତି ପ୍ରଭାସ, ହେଲା ବିବାହ ପକ୍କା !

ହାଇଦ୍ରାବାଦ: ଟଲିଉଡ୍‌ ଷ୍ଟାର ପ୍ରଭାସ ‘ମୋଷ୍ଟ ଏଲିଜିବୁଲ୍‌ ବ୍ୟାଚେଲର’ ମଧ୍ୟରୁ ଜଣେ। ପ୍ରାୟତଃ ତାଙ୍କର ବିବାହକୁ ନେଇ ଅନେକ ଖବର ସାମ୍ନାକୁ ଆସିଥାଏ। ସହ ଅଭିନେତ୍ରୀ...

ସରନେମ ବଦଳାଇ ଚର୍ଚ୍ଚାକୁ ଆସିଲେ ରାଜ ବବରଙ୍କ ପୁଅ

ମୁମ୍ବାଇ: କିଛିଦିନ ହେବ ଅଭିନେତା ଏବଂ ରାଜନେତା ରାଜ ବବର ଏବଂ ତାଙ୍କ ପୁଅ ପ୍ରତୀକଙ୍କ ମଧ୍ୟରେ ସମ୍ପର୍କ ନାହିଁ ବୋଲି କୁହାଯାଉଛି। ହଁ, ଏହି...

ଦିଶା ସାଲିଆନ ମୃତ୍ୟୁ: ଆଦିତ୍ୟ ଠାକ୍‌ରେ, ରିୟା ଚକ୍ରବର୍ତ୍ତୀଙ୍କ ନାଁରେ ମାମଲା

ମୁମ୍ବାଇ,୨୬।୩: ସେଲିବ୍ରିଟି ମ୍ୟାନେଜର ଦିଶା ସାଲିଆନ ମୃତ୍ୟୁ ମାମଲାରେ ଶିବସେନା (ୟୁବିଟି) ନେତା ଆଦିତ୍ୟ ଠାକରେଙ୍କ ସହ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ, ଅଭିନେତା ଡିନୋ ମୋରିଆ...

ସଲମାନ ହିନ୍ଦୁ ନା ମୁସଲମାନ? ଏକଥା ଖୋଲାଖୋଲି କହିଲେ ତାଙ୍କ ବାପା…

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନ୍‌ ଆଜିକାଲି ତାଙ୍କର ଆଗାମୀ ଫିଲ୍ମ ‘ସିକନ୍ଦର’ ପାଇଁ ଚର୍ଚ୍ଚାରେ ଅଛନ୍ତି। ସୁପରଷ୍ଟାରଙ୍କ ସବୁଠାରୁ ପ୍ରତୀକ୍ଷିତ ଫିଲ୍ମ ଇଦ୍‌ ଅବସରରେ...

କନସର୍ଟ ବେଳେ Sonu Nigamଙ୍କ ଉପରକୁ ବୋତଲ-ପଥର ଫିଙ୍ଗିଲେ ପ୍ରଶଂସକ, ଅଧାରୁ…

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଗାୟକ ସୋନୁ ନିଗମଙ୍କ ଉପରକୁ ବୋତଲ, ପଥର ଫିଙ୍ଗିଲେ ପ୍ରଶଂସକ। କିଛି ଏଭଳି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ତାଙ୍କୁ...

ଲାଇଭ୍‌ ଶୋ’ରେ ଭୋ ଭୋ ହୋଇ କାନ୍ଦିଲେ ନେହା କକ୍କର, ଏହି ଭୁଲ ପାଇଁ…

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଗାୟିକାଙ୍କ ମଧ୍ୟରୁ ନେହା କକ୍କର ଜଣେ। ଏକଦା ଇଣ୍ଡିଆନ ଆଇଡଲ୍‌ ଶୋ’ରେ ପ୍ରତିଯୋଗୀ ଭାବେ ସାମିଲ ହୋଇଥିବା ଏହି ଗାୟିକା ଆଜି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image