Categories: ଖେଳ

ଅମିତାଭ ମୁମ୍ବାଇ ଟିମ୍‌ର ମାଲିକ

ମୁମ୍ବାଇ, ୧୮ା୧୨: ଇଣ୍ଡିଆନ ଷ୍ଟ୍ରିଟ୍‌ ପ୍ରିମିୟର ଲିଗ୍‌ (ଆଇଏସ୍‌ପିଏଲ୍‌) ସହିତ ପ୍ରଥମ ଥର ସମ୍ପୃକ୍ତ ହେବା ସହ ମୁମ୍ବାଇ ଟିମ୍‌ର ମାଲିକ ଥିବା ପ୍ରକାଶ କରିଛନ୍ତି ଫିଲ୍ମ ଷ୍ଟାର ଅମିତାଭ ବଚ୍ଚନ।

ଆଇଏସ୍‌ପିଏଲ୍‌ ହେଉଛି ଭାରତର ପ୍ରଥମ ଟେନିସ ବଲ୍‌ ଟି୧୦ କ୍ରିକେଟ ଟୁର୍ନାମେଣ୍ଟ। ଏହା ଇନ୍‌ଡୋର ଷ୍ଟାଡିୟମରେ ଖେଳାଯାଇଥାଏ। ପ୍ରତିଯୋଗିତାର ଉଦ୍‌ଘାଟନୀ ସଂସ୍କରଣ ମୁମ୍ବାଇରେ ମାର୍ଚ୍ଚ ୨ରୁ ୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ ୬ଟି ଦଳ ଯଥା ହାଇଦ୍ରାବାଦ, ମୁମ୍ବାଇ, ବେଙ୍ଗାଲୁରୁ, ଚେନ୍ନାଇ, କୋଲକାତା ଓ ଶ୍ରୀନଗର ଭାଗ ନେବେ। ନିକଟରେ ଅକ୍ଷୟ କୁମାର ଓ ହ୍ରିତିକ ରୋଶନ ଯଥାକ୍ରମେ ଶ୍ରୀନଗର ଓ ବେଙ୍ଗାଲୁରୁ ଟିମ୍‌ର ମାଲିକ ହୋଇଥିବା ଘୋଷଣା କରିଥିଲେ।

Share