ଏକାଠି ନଜରଆସିବେ ଆସିବେ ଅମିତାଭ-ରଜନୀକାନ୍ତ

ମୁମ୍ବାଇ: ଅମିତାଭ ବଚ୍ଚନ ଏବଂ ରଜନୀକାନ୍ତ ଉଭୟ ଭେଟରାନ ଅଭିନେତା ଅଟନ୍ତି। ବଲିଉଡ ହେଉ ଅବା ସାଉଥ୍‌ ଫିଲ୍ମରେ ତାଙ୍କର ଦବ୍‌ଦବା ଆଜି ଯାଏଁ ରହି ଆସୁଛି। ଉଭୟଙ୍କର ଲୋକପ୍ରିୟତା ଅନୁସାରେ ଫ୍ୟାନ୍ସଙ୍କ ଲମ୍ବା ଲାଇନ୍‌ ଲାଗିଥାଏ। ଦୁହେଁ ଏକାଠି ’ହମ’, ‘ଅନ୍ଧା କାନୁନ’ ଏବଂ ‘ଗିରଫଦାର୍‌’ ଆଦି ଫିଲ୍ମରେ ଏକାଠି ନଜର ଆସିଛନ୍ତି।

ଖୁବ୍‌ଶୀଘ୍ର ଦୁହେଁ ବଡ ପରଦାରେ ନଜର ଆସିବାକୁ ଯାଉଛନ୍ତି। ୩୨ ବର୍ଷ ପରେ ଏକାଠି ନଜର ଆସିବେ ଏହି ଦୁଇ ସୁପରଷ୍ଟାର। ଫିଲ୍ମର ନାଁ ହେଉଛି ‘ଥଲାଇଭର୍‌ ୧୭୦’
ଏହି ଫିଲ୍ମରେ ବିଗ୍‌ ବି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବେ। ଏହି ଫିଲ୍ମର ସୁଟିଂ ଏହି ବର୍ଷ ଶେଷ ସୁଦ୍ଧା ଆରମ୍ଭ ହେବ।

Share