କ୍ରିତିଙ୍କ ସହ କଲେଜ ଦିନକୁ ମନେ ପକାଇଲେ ଅମିତାଭ

ମୁମ୍ବାଇ: ‘କୌନ ବନେଗା କରୋଡ଼ପତି ସିଜନ-୧୩’ରେ ଅଭିନେତ୍ରୀ କ୍ରିତି ସାନନଙ୍କୁ ଦେଖିବାକୁ ମିଳିଛି। ଫିଲ୍ମ ‘ହମ୍‌ ଦୋ ହମାରେ ଦୋ’ର ପ୍ରମୋଶନ ପାଇଁ ବ୍ୟସ୍ତ ରହୁଥିବା ଏହି ଅଭିନେତ୍ରୀ ବିଗ୍‌-ବିଙ୍କ ଶୋ’ରେ ନଜର ଆସିଛନ୍ତି। ତେବେ ଏହି ସମୟର କିଛି ଫଟୋକୁ ଫ୍ରେମ କରି ସୋସିଆଲ ମିଡିଆରେ ଶେୟାର କରିଛନ୍ତି ଅମିତାଭ। ଫଟୋରେ ଦୁହେଁ ହାତ ଧରି ନାଚୁଥିବାର ଦେଖାଯାଇଛି। କ୍ରିତି ଏକ ଲାଲ ରଙ୍ଗର ପୋଷାକରେ ଖୁବ୍‌ ସୁନ୍ଦର ଦିଶୁଥିବା ସେ କହିଛନ୍ତି। ଏହି ନାଚ ଅମିତାଭଙ୍କ କଲେଜ ଦିନର ସ୍ମୃତି ଓ କୋଲକାତାର ଅତୀତ ଦିନଗୁଡ଼ିକୁ ମନେ ପକାଇଛି ବୋଲି ସେ କ୍ୟାପଶନରେ ଲେଖିଛନ୍ତି।

Share