ଋଷିଙ୍କ ସ୍ଥାନ ନେଲେ ଅମିତାଭ

ହଲିଉଡ୍‌ ମୁଭି ‘ଦ ଇନ୍‌ଟର୍ନ’ର ହିନ୍ଦୀ ଭର୍ସନରେ ବଲିଉଡ୍‌ ଅଭିନେତା ସ୍ବର୍ଗତ ଋଷି କପୁରଙ୍କ ସ୍ଥାନ ନେଇଛନ୍ତି ବିଗ୍‌ ବି ଅମିତାଭ ବଚ୍ଚନ। ଆନେ ହାଥଓ୍ବେ ଓ ରବର୍ଟ ଡି ନିରୋଙ୍କ ଅଭିନୀତ ୨୦୧୫ର ଏହି ଚଳଚ୍ଚିତ୍ରରେ ପୂର୍ବରୁ ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ଋଷିଙ୍କୁ ନିଆଯାଇଥିଲା। କିନ୍ତୁ ଋଷିଙ୍କ ଦେହାନ୍ତ ପରେ ତାଙ୍କ ସ୍ଥାନରେ ଅମିତାଭଙ୍କୁ ନିଆଯାଇଛି। ଫିଲ୍ମ ‘ପିକୁ’ ପରେ ଦୀପିକା ଓ ବିଗ୍‌ବିଙ୍କୁ ଏକ ସଙ୍ଗରେ ଦର୍ଶକେ ସ୍କ୍ରିନ୍‌ରେ ଦେଖିବାକୁ ପାଇବେ। ବଚ୍ଚନଙ୍କ ଭଳି ସ୍ବତନ୍ତ୍ର କଳାକାରଙ୍କ ସହ କାମ କରିବାକୁ ଆଉ ଏକ ସୁଯୋଗ ପାଇବା ତାଙ୍କ ପାଇଁ ସମ୍ମାନର ବିଷୟ ବୋଲି ଏକ ପୋଷ୍ଟର ଶେୟାର କରି ଦୀପିକା କହିଛନ୍ତି।

Share